ମହାମାରୀ କୋଭିଡ୍ ମୁକାବିଲା ପାଇଁ ଟିକାକରଣ ଉପରେ କେନ୍ଦ୍ର ସରକାର ଜୋର ଦେଉଥିଲେ । କିନ୍ତୁ କୋଭିଡ୍-୧୯ ଟିକା ନେବା ପରେ ଭାରତରେ ମୋଟ୍ ୧୧୫୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫୦ଜଣ ହେଉଛନ୍ତି ଓଡ଼ିଶାର ।

ଏଭଳି ଚାଂଚଲ୍ୟକର ରିପୋର୍ଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ଗତ ୨୪ତାରିଖରେ ଲୋକେ ସଭାକୁ ଏହି ମୃତ୍ୟୁସଂଖ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ହେଲେ ଏହାପୂର୍ବରୁ ଗତ ନଭେମ୍ବର ୨୯ରେ ସୁପ୍ରିମକୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ କେନ୍ଦ୍ର ଏକ ସ୍ୱତନ୍ତ୍ର ରିପୋର୍ଟ ଦେଇଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା, କୋଭିଡ୍ ଟିକା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏଥିପାଇଁ ସରକାରଙ୍କୁ ଦାୟୀ କରାଯାଇପାରିବନି । କୋୱିନ୍ ପୋର୍ଟାଲ ସମେତ ବିଭିନ୍ନ ମାଧ୍ୟମରେ ଟିକା ନେବାକୁ ପ୍ରଚାର ପ୍ରସାର ବି କରାଗଲା ।


୨୦୨୩ ମାର୍ଚ୍ଚ ୧୫ସୁଦ୍ଧା ଦେଶରେ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୧ହଜାର ୧୫୬ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଟିକା ନେଇ ମୃତ୍ୟୁମୁଖରେ ପଡିଥିବା ଲୋକଙ୍କ ମଧ୍ୟରେ ଓଡ଼ିଶାର ୫୦ଜଣ ଅଛନ୍ତି । ଟୀକାକରଣ ପରେ ଓଡ଼ିଶାର ଅନ୍ୟ ୧୫୫୨ଜଣ ଆଡଭର୍ସ ଏଇଏଫଆଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମାତ୍ର ୮୦ଜଣଙ୍କଠାରେ ଟିକାର ଗମ୍ଭୀର ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ପାୱାର ଏକ ଲିଖିତ ଉତରରେ ଜଣାଇଛନ୍ତି ।
ଅଧିକ ପଢନ୍ତୁ