ଗତକାଲି ରାତିରେ କଟକର ଏସ୍ସିବି ମେଡିକାଲରେ କରାଯାଇଛି ୨ଟି ସଫଳ କିଡ୍ନୀ ପ୍ରତିରୋପଣ । କାର୍ଡିଓ ଥୋରାସିସ୍ ଆଣ୍ଡ ଭସ୍କୁଲାର ସର୍ଜରୀ (ସିଟିଭିଏସ୍) ବିଭାଗର ଜଣେ ବ୍ରେନ ଡେଡ୍ ମହିଳା ତନୁଜା କରଙ୍କର ଅବସ୍ଥା ମଙ୍ଗଳବାର ରାତିରେ ସଂଙ୍କଟାପନ୍ନ ହୋଇଥିଲା । ଏବଂ ଅଙ୍ଗଦାନ ନିମନ୍ତେ ମହିଳାଙ୍କର ପରିବାର ସହମତି ପ୍ରକାଶ କରିଥିଲେ । ବିଳମ୍ବିତ ରାତିରେ ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସମୀର ସ୍ୱାଇଁଙ୍କ ନେତୃତ୍ୱରେ ତନୁଜାଙ୍କ ଦେହରୁ ୨ଟି ଯାକ କିଡ୍ନୀ କଢାଯାଇ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଛି ।
ଏହି ଅସ୍ତ୍ରୋପଚାରରେ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ରାଣ୍ଟ ଅର୍ଗାନାଇଜେସନ (ସୋଟୋ), ଡାକ୍ତର ଅରୁଣାଙ୍କ ସମେତ ଅନ୍ୟ ୧୭ ଜଣିଆ ମେଡିକାଲ ଟିମ୍ ସାମିଲ ହୋଇଥିଲେ । ତନୁଜାଙ୍କ ପ୍ରଥମ କିଡ୍ନୀ ୨୨ ବର୍ଷିୀୟ ଆଲୋକଙ୍କ ଦେହରେ ପ୍ରତିରୋପଣ କରାଯାଇଥିବା ବେଳେ, ଦ୍ୱିତୀୟ କିଡ୍ନୀଟି ସୂର୍ଯ୍ୟ ରଞ୍ଜନ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏସ୍ସିବି ମେଡିକାଲର ଏହା ୫ମ ଓ ୬ତମ କିଡ୍ନୀ ପ୍ରତିରୋପଣ ଅଟେ ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ