Home Breaking News ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ନୀତିକାନ୍ତି ସରିବା ପରେ ଦିନ ପ୍ରାୟ ୩.୩୦ ସୁଦ୍ଧା ଟଣାହେବ ରଥ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ନୀତିକାନ୍ତି ସରିବା ପରେ ଦିନ ପ୍ରାୟ ୩.୩୦ ସୁଦ୍ଧା ଟଣାହେବ ରଥ

by Admin
0 comment

ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ପ୍ରାତଃରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସେବାୟତମାନେ ଆରମ୍ଭ କରିଛନ୍ତି । ସମସ୍ତ ନୀତି ସରିବା ପରେ ଅପରାହ୍ନ ପ୍ରାୟ ସାଢେ ୩ ଟା ସୁଦ୍ଧା ରଥଟଣା ହେବା ନେଇ ନୀତି ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବ୍ୟବସ୍ତିତ ଢଙ୍ଗରେ ସମସ୍ତ ନୀତିକାନ୍ତି ସମୟ ଅନୁସାରେ ଜାରି ରହିଛି । ଲିଙ୍ଗରାଜଙ୍କ ରଥଯାତ୍ରା ଦେଖିବା ନିମନ୍ତେ ଆଜି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଉପସ୍ଥିତ ରହିଛନ୍ତି ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ଗତକାଲି ରାତି ୯ଟା ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ମହାରଣା ଓ ରୂପକାର ସେବାୟତମାନେ ରଥକୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲେ । ଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍କୀତ ନୀତିକାନ୍ତି ଆରମ୍ଭ ହୋଇଥିଲା । ମରିଚିକୁଣ୍ଡରୁ ପାଣି ଅଣାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ପରେ ପୁରୀରୁ ଆସିଥିବା ରାଜଗୁରୁ, କୁଳ ପୁରୋହିତ ବୃନ୍ଦାବନ ଦାଶ ଓ କ୍ଷେତ୍ରବାସୀ ନିଯୋଗର ସେବାୟତମାନେ ରଥ ପ୍ରତିଷ୍ଠା କରିଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc