ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନର ଆଜି ଶେଷ ଦିନ ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଭାଷଣ ଦେଇଛନ୍ତି । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଭାଷଣ ମାଧ୍ୟମରେ ଆକ୍ରମଣ କରିଛନ୍ତି । ଅରବିନ୍ଦ କହିଛନ୍ତି ପିଏମ ମୋଦୀ ନିଜ ପରିବାର ପାଇଁ କିଛି କରିନାହାନ୍ତି । କିନ୍ତୁ ତାଙ୍କ ସାଙ୍ଗମାନଙ୍କ ପାଇଁ ବହୁତ କିଛି କରିଛନ୍ତି । ଏହାଛଡା ସେ ଆହୁ୍ରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ଆଦାନୀଙ୍କର ମ୍ୟାନେଜର ଅଟନ୍ତି । ଯଦି ଆଦାନୀଙ୍କ ବିରୋଧରେ ଜେପିସି ଗଠନ ହୁଏ ତେବେ, ଆଦାନୀ ବୁଡିବେ ନାହିଁ ବରଂ ନରେନ୍ଦ୍ର ମୋଦୀ ବୁଡିଯିବେ ।
କେଜ୍ରିୱାଲ କହିଛନ୍ତି ଦେଶର ପିଏମ ମୋଦୀ ସ୍ୱଳ୍ପ ଶିକ୍ଷିତ । ତାଙ୍କ ଠାରୁ କେହି କିଛି ଦସ୍ତଖତ କରି ନେଇପାରିବ ନାହିଁ । ଯଦି ସେ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ କେବେ ମଧ୍ୟ ବିମୁଦ୍ରୀକରଣ କରିନଥାନ୍ତେ । କୃଷି ନିୟମ ଆଣିନଥାନ୍ତେ, ଯାହା ଦ୍ୱାରା ୭ଶହରୁ ଅଧିକା କୃଷକ ମରିନଥାନ୍ତେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀରେ ଏକ ଶିକ୍ଷିତ ସରକାର ରହିଛି କିନ୍ତୁ କେନ୍ଦ୍ରରେ ଏକ ଅଶିକ୍ଷିତ ସରକାର ରହିଛି । ସେ ଆହୁରି ମଧ୍ୟ ଦାବି କରିଛନ୍ତି ୧୯୫୦ ରୁ ୨୦୧୫ ଦିଲ୍ଲୀରେ ଯେତିକି କାର୍ଯ୍ୟ ହୋଇଥିଲା, ଆମେ ମାତ୍ର ୮ ବର୍ଷ ମଧ୍ୟରେ ତାହା ଠାରୁ ଦ୍ୱିଗୁଣିତ କାର୍ଯ୍ୟ କରିଛୁ ।
ଅଧିକ ପଢନ୍ତୁ