ଉତରପ୍ରଦେଶର ବାହୁବଳୀ ନେତା ତଥା ମାଫିଆ ଅତୀକ ଅହମ୍ମଦକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଉତରପ୍ରଦେଶର ପ୍ରୟାଗରାଜ କୋର୍ଟ । ଗତ ୨୦୦୬ମସିହାରେ ବହୁଚର୍ଚ୍ଚିତ ବିଏସପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଅତୀକକୁ ଆଜୀବନ ଜେଲଦଣ୍ଡ ହୋଇଛି । ଉମେଶ ପାଲ ଅପହରଣ ମାମଲାର ଶୁଣାଣୀ ମାର୍ଚ୍ଚ ୨୩ରେ ଶେଷ ହୋଇଥିବା ବେଳେ ଆଜି ଏହି ଦଣ୍ଡ ଘୋଷଣା କରିଛନ୍ତି କୋର୍ଟ ।
ଅଧିକ ପଢନ୍ତୁ
ଏହି ମାମଲାରେ ମାଫିଆ ଅତିକ୍ ଓ ତା’ର ଭାଇ ଖଲିଦ୍ ଅହମ୍ମଦଙ୍କ ସମେତ ମୋଟ୍ ୧୧ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିଲେ । ହେଲେ ଏ ଭିତରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡିଛି । ଆଜି ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଯେଉଁଥିରୁ ୩ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ୭ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି ।
ଆହୁରି ପଢନ୍ତୁ
ଅତିକ୍ ଅହମ୍ମଦ ବ୍ୟତୀତ କୋର୍ଟ ଦୀନେଶ ପାସି ଏବଂ ଖାନ୍ ସୌଲତ୍ ହତିଫଙ୍କୁ ବି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ସେହିପରି ଅହମ୍ମଦ ଭାଇ ଆଶରଫ ଅହମ୍ମଦ, ଅନସର ବାବା, ଫରହାନ ଇସରା, ଅବିଦ୍ ପ୍ରଧାନ, ଆଶିକ ମଲ୍ଲିକ ଏବଂ ଏଜାଜ ଅଖତରଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଉତରପ୍ରଦେଶ କୋର୍ଟ । ଯେଉଁଠାରେ ଜଣେ ଅଭିଯୁକ୍ତ ଅନସନର ଅହମ୍ମଦଙ୍କ ମୃତ୍ୟୁ ଘଟିଛି । ୨୦୦୬ରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା ।


ହତ୍ୟାପରେ ତତ୍କାଳୀନ ଜିଲ୍ଲା ପଂଚାୟତ ସଦସ୍ୟ ଉମେଶ ପାଲ୍ ଏହି ହତ୍ୟାକାଣ୍ଡର ସାକ୍ଷୀ ବୋଲି ପୋଲିସକୁ କହିଥିଲେ । ଉମେଶ ଅଭିଯୋଗ କରିଥିଲେ, ସାକ୍ଷୀ ନଦେବାକୁ ତାଙ୍କୁ ଅତିକ୍ ବାରମ୍ବାର ଚାପ ପକାଉଛି । ମାତ୍ର ସେ ପଛକୁ ହଟିବାକୁ ମନା କରିଦେଇଥିଲେ । ପରେ ତାଙ୍କୁ ୨୦୦୬ମସିହା ଫେବୃଆରୀରେ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା ।

