Home Breaking News ଆରିଫ-ସାରସ ବନ୍ଧୁତ୍ୱରେ ଶତ୍ରୁ ସାଜିଛି ବନ ବିଭାଗ

ଆରିଫ-ସାରସ ବନ୍ଧୁତ୍ୱରେ ଶତ୍ରୁ ସାଜିଛି ବନ ବିଭାଗ

by Admin
0 comment

କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ସାରସ ପକ୍ଷୀ ଓ ଆରିଫଙ୍କର ଭିଡିଓ ବେଶ ଭାଇରାଲ ହୋଇଥିଲା । ଉଭୟଙ୍କ ବନ୍ଧୁତ୍ୱ ସମ୍ପର୍କରେ ସବୁଆଡେ ଚର୍ଚ୍ଚା ମଧ୍ୟ ହେଉଥିଲା । କିନ୍ତୁ ଉଭୟଙ୍କ ବନ୍ଧୁତ୍ୱ ମଧ୍ୟରେ ଫାଟ ସୃଷ୍ଟି କରିଛି ଉତ୍ତର ପ୍ରଦେଶ ବନ ବିଭାଗ । ବିଭାଗ ସାରସ ପକ୍ଷୀକୁ ନେଇଯିବା ସହ ଆରିଫ ନାମରେ ନୋଟିସ ଜାରି କରିଛି ।
ଏହି ନୋଟିସରେ ଆରିଫ ବନ୍ୟ ଜୀବ ସଂରକ୍ଷଣର ଧାରା ୨,୯,୨୯,୫୧ ଉଲ୍ଲଙ୍ଘନ କରିଥିବା ଦର୍ଶାହୋଇଛି । ଏହାଛଡା ତାଙ୍କୁ ଏପ୍ରିଲ ମାସ ୨ ତାରିଖରେ ବନ ବିଭାଗ କାର୍ଯ୍ୟାଳୟରେ ହାଜର ହେବା ସହିତ, ବୟାନ ରେକର୍ଡ କରାଇବା ପାଇଁ ଦର୍ଶାହୋଇଛି ।

ଅଧିକ ପଢନ୍ତୁ


ସେହିପରି କିଛିଦିନ ପୂର୍ବରୁ ହିଁ ଆରିଫ୍‌ଙ୍କ ଘରେ ପହଞ୍ଚି ବନ ବିଭାଗ କର୍ମୀମାନେ ସାରସ ପକ୍ଷୀକୁ ସାଙ୍ଗରେ ନେଇ ଜଙ୍ଗଲରେ ଛାଡି ଦେଇଥିଲେ । କିନ୍ତୁ କିଛିଦିନ ପରେ ସାରସ ପକ୍ଷୀ ପୁଣି ଆରିଫ୍‌ଙ୍କ ଘରକୁ ଫେରି ଆସିଥିଲା । ଏଖବର ବନ ବିଭାଗ ନିକଟରେ ପହଞ୍ଚିବା ପରେ ସେମାନେ ଆସି ପୁଣି ସାରସ ପକ୍ଷୀଙ୍କୁ ନେଇ ବର୍ତ୍ତମାନ ବିହାରର ସମସପୁର ପକ୍ଷୀ ବିବାହରେ ରଖିଛନ୍ତି ।

ଆହୁରି ପଢନ୍ତୁ


ସୂଚନାନୁସାରେ ୨୦୨୨ ମସିହା ଅଗଷ୍ଟ ମାସରେ ନିଜ ଜମିରେ କାମ କରୁଥିବା ସମୟରେ ସାରସ ପକ୍ଷୀଟିକୁ କ୍ଷତାକ୍ତ ଅବସ୍ଥାରେ ପାଇଥିଲେ ଆରିଫ । ପକ୍ଷୀଟିର ଗୋଡରେ ଗଭୀର ଆଘାତ ଲାଗିଥିଲା । ଆରିଫ ପକ୍ଷୀକୁ ଘରକୁ ନେବା ସହିତ ତାର ଯତ୍ନ ନେଇଥିଲେ । ଏବଂ ପ୍ରାୟ ଗୋଟିଏ ମାସ ପରେ ସେ ଭଲ ହୋଇଥିଲା । କିନ୍ତୁ ଭଲ ହେବା ପରେ ସାରସ ପକ୍ଷୀ ଆଉ ଆରିଫ୍‌ଙ୍କ ଘର ଛାଡି ଯାଇନଥିଲା । ଗତ ଫେବୃଆରୀ ମାସରେ ସାରସ ଓ ଆରିଫଙ୍କ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଥିଲା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc