Home Breaking News ତିବ୍ଦତୀୟ ଶରଣାର୍ଥୀଙ୍କୁ ମିଳିଲା ଭତା ଓ ରାସନକାର୍ଡ

ତିବ୍ଦତୀୟ ଶରଣାର୍ଥୀଙ୍କୁ ମିଳିଲା ଭତା ଓ ରାସନକାର୍ଡ

by Admin
0 comment

ଭାରତରେ ରହୁଥିବା ତିବ୍ଦତୀୟ ଶରଣାର୍ଥୀଙ୍କୁ ଭତା ଓ ରାସନକାର୍ଡ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ୩ଶହ ଗରିବ, ବୃଦ୍ଧ ଓ ବୃଦ୍ଧାମାନେ ଉପକୃତ ହୋଇଛନ୍ତି । ସୂଚନା ମୁତାବକ ଏମାନେ ୬୦ରୁ ଅଧିକ ବର୍ଷ ଧରି ଶରଣାର୍ଥୀ ଭାବେ ରହିଆସୁଥିବା ବେଳେ ଏହି ହିତାଧିକାରୀଙ୍କୁ ମିଳିଛି ଏଭଳି ସୁଯୋଗ । ଫଳରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଓ ଏବଂ ମହେନ୍ଦ୍ରଗଡ଼ ଅଂଚଳରେ ଥିବା ୪ହଜାରରୁ ଅଧିକ ଶରଣାର୍ଥୀଙ୍କ ମଧ୍ୟରୁ ୩ଶହ ଉପଭୋକ୍ତା ଏହାଦ୍ୱାରା ଉପକୃତ ହୋଇଛନ୍ତି ।

ଅଧିକ ପଢନ୍ତୁ
ଆହୁରି ପଢନ୍ତୁ

ଏଣୁ ସେମାନେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଦେବା ସହ ସରକାରଙ୍କ ସହଯୋଗ ପାଇଁ ସେମାନେ ଶରଣାର୍ଥୀ ନୁହେଁ, ମୂଳ ବାସିନ୍ଦା ଭଳି ଅନୁଭବ କରୁଥିବା କହିଛନ୍ତି । ଚୀନ୍ ତିବ୍ଦତ ଉପରେ ଆକ୍ରମଣ କରିବା ପରେ ତିବ୍ଦତୀୟମାନେ ଭାରତର ସହାୟତା ଲୋଡିଥିଲେ ।

ଏହି ସମୟରେ ଭାରତ ସେମାନଙ୍କୁ ଆପଣାଇବା ସହ ଦେଶର ବିଭିନ୍ନ ସ୍ଥାନରେ ଥଇଥାନ କରାଯାଇଥିଲା । ସେଥିମଧ୍ୟରୁ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଓ ମହେନ୍ଦ୍ରଗଡ଼ ଅଂଚଳରେ ସେମାନଙ୍କ ପାଇଁ ୫ଟି କ୍ୟାମ୍ପ ନିର୍ମାଣ କରାଯାଇଛି । ଗତ ଡିସେମ୍ବରରୁ ଏହି ଯୋଜନାରେ ସେମାନଙ୍କୁ ସାମିଲ କରାଯାଇଥିବା ଶରଣାର୍ଥୀମାନେ କହିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc