Home Breaking News ଋଣଧାରୀଙ୍କୁ ମନଇଚ୍ଛା ଠକ କହିପାରିବେନି ବ୍ୟାଙ୍କ

ଋଣଧାରୀଙ୍କୁ ମନଇଚ୍ଛା ଠକ କହିପାରିବେନି ବ୍ୟାଙ୍କ

by Admin
0 comment

ବ୍ୟାଙ୍କ ଲୋନ୍ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଋଣଧାରୀଙ୍କ ପକ୍ଷ ସମ୍ପୂର୍ଣ୍ଣ ଭାବେ ନଶୁଣିବା ପର୍ଯ୍ୟନ୍ତ ସେମାନଙ୍କ ଆକାଉଂଟକୁ ଠକେଇ ଘୋଷଣା କରିପାରିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀର ସୁଯୋଗ ନଦେଇ ଋଣଧାରୀଙ୍କ ଆକାଂଉଟକୁ ଠକେଇ ବୋଲି ଘୋଷଣା କଲେ ତାହା ସେମାନଙ୍କ ସିବିଲ୍ ସ୍କୋର ପ୍ରଭାବିତ ହୋଇଥାଏ । ଏହାଦ୍ୱାରା ଋଣଧାରୀ ଅନେକ ସମସୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ଏହା ଋଣଧାରୀଙ୍କୁ ବ୍ଲାକ୍ ଲିଷ୍ଟରେ ରଖିବା ସଦୃଶ । ତେଣୁ ଠକେଇ ସମ୍ପର୍କିତ ମୁଖ୍ୟ ନିର୍ଦ୍ଦେଶନାମା ଅନୁଯାୟୀ ଋଣଧାରୀଙ୍କ ଶୁଣାଣିର ସୁଯୋଗ ଦିଆଯିବା ଉଚିତ୍ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଅଦାଲତ କହିଛନ୍ତି, ବ୍ୟାଙ୍କ ଆକାଉଂଟ୍‌ର ଜାଲିଆତି ଆକାଉଂଟ୍ ବର୍ଗୀକରଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସର୍କୁଲାର ଜାରି କରିଛନ୍ତି । ସର୍କୁଲାରରେ ଥିବା ଅଡି ଅଲଟ୍ରମ୍ ପାର୍ଟେମର ସିଦ୍ଧାନ୍ତ ପାଳନ କରିବା ଜରୁରୀ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୨୦୨୦ ଡିସେମ୍ବରରେ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ରାୟକୁ ବଜାୟ ରଖିଛନ୍ତି । ହେଲେ ଖଣ୍ଡପୀଠ ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି, କାରଣ ଗୁଜୁରାଟ କୋର୍ଟଙ୍କ ରାୟ ଠିକ୍ ଏହାର ବିପରିତ ଥିଲା । ତେଲେଙ୍ଗାନା ହାଇକୋର୍ଟ କହିଥିଲେ, କୌଣସି ବ୍ୟକ୍ତିଙ୍କୁ ଠକ ଋଣଦାତା ବା ଜାଲ ଆକାଉଂଟଧାରୀ ଘୋଷଣା କରିବା ପୂର୍ବରୁ ଅଡି ଅଲଟ୍ରମ୍ ପୋର୍ଟେମ୍ ସିଦ୍ଧାନ୍ତର ପାଳନ କରିବା ଉଚିତ୍ । ସୂଚନା ମୁତାବକ ଆଇନ କ୍ଷେତ୍ରରେ ବହୁଳ ବ୍ୟବହାର ହେଉଥିବା ‘ଅଡି ଅଲଟ୍ରମ୍ ପୋର୍ଟେମ୍‌’ ହେଉଛି ଏକ ଲାଟିନ୍ ଶବ୍ଦ ଓ ଏହାର ଅର୍ଥ ହେଉଛି ଅପରପକ୍ଷକୁ ଶୁଣାଣିର ସମ୍ପୂର୍ଣ୍ଣ ସୁଯୋଗ ଦେବା । 

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc