Home Sports ରାଜସ୍ଥାନ ପାଇଁ ଖେଳିବେ ସନ୍ଦିପ୍ ,ପଞ୍ଜାବ ଟିମରେ ଏମ୍.ସଟ୍

ରାଜସ୍ଥାନ ପାଇଁ ଖେଳିବେ ସନ୍ଦିପ୍ ,ପଞ୍ଜାବ ଟିମରେ ଏମ୍.ସଟ୍

by Admin
0 comment

ଆଉ ୪ ଦିନ ପରେ ଆଇପିଏଲ୍‌ ସିଜନ୍‌-୧୬ ଆରମ୍ଭ ହେବ। ତେବେ ଏହାରି ମଧ୍ୟରେ କୋଲକାତା ନାଇଟରାଇଡର୍ସ ଚଳିତ ସଂସ୍କରଣ ପାଇଁ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଦେଇଛି । ଦିଲ୍ଲୀର ବାମହାତୀ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଚଳିତ ସିଜିନରେ ଦଳର ନେତୃତ୍ୱ ନେବେ । ନୀତିଶ ଆହତ ଶ୍ରେୟସଙ୍କ ସ୍ଥାନ ନେବେ । କୋଲକାତାର ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ପିଠିର ତଳ ଭାଗରେ ଆଘାତ କାରଣରୁ ଚଳିତ ସିଜିନରେ ବାଦ ପଡିଛନ୍ତି ।

ଅଧିକ ପଢନ୍ତୁ

କୋଲକାତା ନାଇଟ୍ ରାଇଡର୍ସ ତରଫରୁ ମିଳିଥିବା ସୂଚନା ମୁତାବକ, ଶ୍ରେୟାସ ଆୟର ଆଇପିଏଲର କିଛି ମ୍ୟାଚ୍ ଖେଳିନପାରନ୍ତି । ତେଣୁ ତାଙ୍କ ବଦଳରେ ନୀତିଶଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ୨୦୧୮ରୁ ସେ ଦଳ ସହିତ ଅଛନ୍ତି, ତେଣୁ ତାଙ୍କ କ୍ୟାପଟେନ୍ସିରେ ଦଳ ଆଗକୁ ବଢିବ ବୋଲି ଟିମ୍ ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି ।କେକେଆର ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ମୁଖ୍ୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଓ ସହଯୋଗୀ ଷ୍ଟାଫଙ୍କ ସହଯୋଗ ନେତୃତ୍ୱ ନେବା ପାଇଁ ନୀତିଶଙ୍କୁ ନିଶ୍ଚୟ ସହାୟତା କରିବ ।

ଆହୁରି ପଢନ୍ତୁ

ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟ ଆହାତ ଖେଳାଳିଙ୍କ ରିପ୍ଲେସମେଣ୍ଟ ଭାବରେ ଦୁଇ ଅଭିଞ୍ଜ ଖେଳାଳିଙ୍କୁ ନିଜ ନିଜ ଟିମ ରେ ସାମିଲ କରିଛି ।ଆହାତ ଥିବା ବୋଲର ପ୍ରସିଦ୍ଧି କ୍ରିଷ୍ଣା ଙ୍କ ସ୍ତାନରେ ପେସ ବୋଲର ସନ୍ଦିପ୍ ଶର୍ମାଙ୍କୁ ଟିମ ରେ ସାମିଲ କରିଛି ରାଜସ୍ଥାନ,୫୦ଲକ୍ଷ ଟଙ୍କା ରେ ନିଜ ଟିମରେ ସାମିଲି କରିଛି ରାଜସ୍ଥାନ ।ସୂଚନା ଅନୁସାରେ ଆଇପିଏଲ ଅକ୍ସନରେ ସନ୍ଦିପ୍ ଶର୍ମାଙ୍କୁ କେହି କିଣି ନଥିଲେ,

ସେପଟେ ଅଷ୍ଟ୍ରେଲିୟା ର ଦୁର୍ଦଷ ଅଲରାଉଣ୍ଡରକୁ ନିଜ ଟିମରେ ସାମିଲ କରିଛି ପଞ୍ଜାବ କିଙ୍ଗ୍ସ ,ଦଳର ଓପନର ଜନି ବେଷ୍ଟୋ ଆହତ କାରଣ ପାଇଁ ଆଇପିଏଲ ନଖେଳିବା ପାଇଁ ନିଷ୍ପତ୍ତି ନେଇଥିବା କାରଣରୁ ତାଙ୍କ ସ୍ତାନରେ ଅଷ୍ଟ୍ରେଲିୟା ର ମ୍ୟାଥୁ ସଟ୍ ଙ୍କୁ ଦଳରେ ସାମିଲ କରିଛି ,ଅଷ୍ଟ୍ରେଲିୟା ର ଟି-୨୦ ସ୍ପେସାଲିଷ୍ଟୄ ମ୍ୟାଥୁ ସଟ୍ ବିବିଏଲରେ ବେସ ଭଲ ପ୍ରଦର୍ଶନ କରିଥିଲେ,ବିଗ ବାସ ଲିଗରେ ୪୫୮ ରନ କରିଥିଲେ ଏମ ସଟ୍ |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc