Home Breaking News କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାର ମୃତ୍ୟୁ

କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାର ମୃତ୍ୟୁ

by Admin
0 comment

ସୋମବାର ସକାଳେ କୁନୋ ଜାତୀୟ ଉଦ୍ୟାନରେ ଏନକ୍ଲୋଜରରେ ନାମିବ୍ୟାରୁ ଆସିଥିବା ଏକ ମାଈ ଚିତାର ମୃତଦେହ ମିଳିଛି। ଚିତାଟିର କିଡନୀ ଫେଲ ହୋଇ ଚିକିତ୍ସା ଚାଲିଥିଲା। ସୋମବାର ତାର ମୃତ୍ୟୁ ଘଟିଛି।

ଅଧିକ ପଢନ୍ତୁ

ସୂଚନା ଅନୁସାରେ, ଗତ ବର୍ଷ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ଛାଡିଥିଲେ। ପ୍ରଥମ ବ୍ୟାଚରେ ନାମିବ୍ୟାରୁ ୮ଟି ଚିତା ଆସିଥିବା ବେଳେ ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାଙ୍କର ଦ୍ୱିତୀୟ ବ୍ୟାଚ୍ ଭାରତକୁ ଅଣାଯାଇଛି। ଚଳିତ ବର୍ଷ ଜାନୁଆରୀ ୨୨ରେ ସେହି ଚିତାଟି ଅସୁସ୍ଥ ହୋଇଥିଲା। ଏହା ପରେ ତାକୁ ବଡ ଏନକ୍ଲୋଜରରୁ ଛୋଟ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଥିଲା।

ଆହୁରି ପଢନ୍ତୁ

ଅନ୍ୟପଟେ ଆଜି ଏହି ଚିତାର ମୃତ୍ୟୁ ହୋଇଛି | ନାମିବ୍ୟାରୁ ଆସିଥିବା ଅନ୍ୟ ୭ଟି ଚିତା ଏବେ ସୁସ୍ଥ ଅଛନ୍ତି ବୋଲି କୁନୋ ଜାତୀୟ ଉଦ୍ୟାନ ଅଧିକାରୀ କହିଛନ୍ତି। ଏଥି ସହିତ ଦକ୍ଷିଣ ଆଫ୍ରିକାରୁ ଦ୍ବିତୀୟ ବ୍ୟାଚରେ ଆସିଥିବା ୧୨ଟି ଚିତା ବର୍ତ୍ତମାନ କ୍ୱାରାଣ୍ଟିନ୍ ଏନକ୍ଲୋଜରରେ ରହିଛନ୍ତି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc