Home Breaking News ବାଂଲାଦେଶକୁ ଲକ୍ଷଲକ୍ଷ ଗୋରୁ ଚାଲାଣ

ବାଂଲାଦେଶକୁ ଲକ୍ଷଲକ୍ଷ ଗୋରୁ ଚାଲାଣ

by Admin
0 comment

ଗୋ-ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ବିଭିନ୍ନ ଅନୁଷ୍ଠାନ ଆହ୍ୱାନ ଦେଉଛନ୍ତି । ବାରମ୍ବାର ରାସ୍ତାରେ ଗୋରୁ ବୋଝେଇ ଟ୍ରକ୍ ଅଟକାଯାଉଛି । ହେଲେ ଫଳଶୂନ୍ । ଏବେ ବି ବାଂଲାଦେଶକୁ ଲକ୍ଷଲକ୍ଷ ଗୋରୁ ଚାଲାଣ ହେଉଛନ୍ତି ବୋଲି କହିଛନ୍ତି କୋଲକାତାର ଏକ କଲେଜର ଇତିହାସ ପ୍ରଫେସର ଅନୀଶ ସେନଗୁପ୍ତ ।
ବାଂଲାଦେଶ ଏକ ମୁସଲମାନ ବହୁଳ ଦେଶ ହୋଇଥିବାରୁ ସେଠାରେ ଯେତିକି ଗୋରୁ ଅଛନ୍ତି ଏହା ସେମାନଙ୍କର ଗୋମାଂସ ଚାହିଦା ପୂରଣ କରିପାରୁନି । ଏଣୁ ଭାରତରୁ ବାଂଲାଦେଶକୁ ସ୍ୱାଧୀନତା ପୂର୍ବରୁ ଏଯାବତ୍ ଗୋରୁ ଚାଲାଣ ହୋଇଆସୁଛି । ଏହା କିଛି ଲୋକଙ୍କର ରୀତିମତ ବ୍ୟବସାୟରେ ପରିଣତ ହୋଇଛି ବୋଲି ପ୍ରଫେସର ସେନଗୁପ୍ତ କହିଛନ୍ତି । ଏବେ ସ୍ୱାଧୀନତାର ୭୫ବର୍ଷ ପରେ ସେହି ଏକା ଆର୍ôଥକ ନୀତି ଏ କ୍ଷେତ୍ରରେ ଲାଗୁ ହୋଇଛି । ଗୋରୁମାନଙ୍କୁ ନଈ ପହଁରାଇବା ସହ ବିପଦପୂର୍ଣ୍ଣଭାବେ ସୀମା ପାର କରାଇ ଏହି ଚୋରା କାରବାର କରାଯାଉଛି । ପ୍ରତିବର୍ଷ ୨ନିୟୁତରୁ ଅଧିକ ଗୋରୁ ଚୋରାରେ ବାଂଲାଦେଶ ଚାଲାଣ ହେଉଛନ୍ତି ।

ଭାରତ-ବାଂଲା ସୀମାନ୍ତରେ ୨ହଜାର ୨୧୭କିଲୋମିଟର ବାଡ ଦିଆଯାଇଛି । ହେଲେ ନଈ ଓ ଜଳଭୂମି ଥିବାରୁ ୫୭୯କିଲୋମିଟର ଅଂଚଳରେ ବାଡ ଦିଆଯାଇପାରୁନି । ଯେଉଁଠି ବାଡ ଅଛି, ସେଠି ବି ଅନେକ ଗଳାବାଟ ରହିଛି । ଯେଉଁଠି ବାଡ ନାହିଁ ସେଠାରେ ହିଁ ଗୋରୁଙ୍କୁ ନଈରେ ପହଁରାଇ ନିଆଯାଉଥିବା କହିଛନ୍ତି ଅନୀଶ । ମୁଖ୍ୟତଃ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ପଶ୍ଚିମ ଉତରପ୍ରଦେଶରୁ ଗୋରୁ ଚୋରା ବେପାର ଜାରି ରହିଥିବା କହିଛନ୍ତି ସେନଗୁପ୍ତ । ଗୋରୁ ଚାଲାଣକାରୀ ଧରାପଡିଲେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଗିରଫ ହେବା ସହ ଗୁଳିମାଡ ବି ହେଉଛି । ତଥାପି ଭଲ ରୋଜଗାର ହେଉଥିବାରୁ ଏହାକୁ ବ୍ୟବସାୟୀ ଖାତିର କରୁନାହାନ୍ତି । ଗୋରୁମାନଙ୍କୁ ନଈ ପାର କରାଇ ବହୁ ଲୋକ ଜୀବିକା ନିର୍ବାହ କରୁଛନ୍ତି । ଜଣେ ଲୋକ ଗୋଟିଏ ଗୋରୁକୁ ନଈ ପହଁରାଇ ପାର କରାଇବା ପରେ ତା’କୁ ୧୫ଶହରୁ ୨୫ଶହ ପର୍ଯ୍ୟନ୍ତ ଟଙ୍କା ମିଳୁଥିବା କହିଛନ୍ତି ପ୍ରଫେସର ସେନଗୁପ୍ତ । ଏପରି କି କିଛି ସୁରକ୍ଷା କର୍ମୀ ବି ଟଙ୍କା ନେଇ ଗୋଚାଲାଣକାରୀଙ୍କୁ ଛାଡି ଦେଉଥିବା ଅଭିଯୋଗ ହେଉଛି । ଏଣୁ ଏବେ ଗୋରୁ ଚାଲାଣ ଥମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି କୋଲକାତା କଲେଜର ପ୍ରଫେସର ଅନୀଶ ସେନଗୁପ୍ତ । ସେହିପରି ସ୍ୱାଧୀନତା ପରଠାରୁ ପ୍ରତିବର୍ଷ ପ୍ରାୟ ୨୦ଲକ୍ଷ ଗୋରୁ ଭାରତରୁ ବାଂଲାଦେଶକୁ ଚାଲାଣ ହେଉଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏଣୁ ଏଭଳି ସ୍ଥିତିରେ ଯଦି ଗୋ-ଚାଲାଣ ବିରୋଧରେ ଉଭୟ କେନ୍ଦ୍ର ଓ ବିଭିିନ୍ନ ରାଜ୍ୟସରକାର ପଦକ୍ଷେପ ନ ନିଅନ୍ତି ତେବେ ଖୁବଶୀଘ୍ର ଭାରତରୁ ଗୋବଂଶ ଲୋପ ପାଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc