ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଚଳିତ ସପ୍ତାହ ଆରମ୍ଭରୁ ହିଁ ଯୁଦ୍ଧଗ୍ରସ୍ତ ୟୁକ୍ରେନ ପାଇଁ ୧୫.୬ ବିଲିୟନ ଡଲାରର ରଣ ମଞ୍ଜୁର କରିଛି । ଆଇଏମ୍ଏଫ୍ ପକ୍ଷରୁ ଋଣ ପ୍ରଦାନ ନିମନ୍ତେ ମାର୍ଚ୍ଚ ୨୧ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ପରେ ୟୁକ୍ରେନର ଆବେଦନ କରିବା ପରେ, ଆଇଏମ୍ଏଫ୍ର ଅଧିକାରୀମାନେ ୟୁକ୍ରେନର ଅଧିକାରୀଙ୍କ ସହିତ ବ୍ୟାପକ ଅର୍ଥନୀତି ସମ୍ବଳୀତ ଆଲୋଚନା କରିଥିଲେ |ଏହାପରେ ୪୮ ମାସର ସମ୍ପ୍ରସାରିତ ଋଣ ସୁବିଧା ଆଧାରରେ ୟୁକ୍ରେନ ପାଇଁ ୧୫.୬ ବିଲିୟନ ଡଲାରର ଋଣ ପ୍ରଦାନ କରାଯାଇଛି |
ଅନ୍ୟପକ୍ଷରେ ପାକିସ୍ତାନର ବର୍ତ୍ତମାନର ଆର୍ଥିକ ସ୍ଥିତି ଭଳ ନଥିବା ସମୟରେ ସେ ମଧ୍ୟ କିଛି ଦିନ ପୂର୍ବରୁ ଆଇଏମ୍ଏଫ୍ ନିକଟରେ ୧.୧ ବିଲିୟନ ଋଣ ନିମନ୍ତେ ଆବେଦନ କରିଥିଲା । କିନ୍ତୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସ୍ପଷ୍ଟୀକରଣ ମାଗିବା ସହିତ, ବର୍ତ୍ତମାନ ସୁଦ୍ଧା ମଧ୍ୟ ଋଣ ପ୍ରଦାନ କରିନାହିଁ ।