ସ୍ୱର୍ଗତ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଝିଅଙ୍କୁ ମିଳିଛି ବଡ଼ ଦାୟୀତ୍ୱ । ବିଜେପିର ଏହି ଅଗ୍ନିବର୍ଷୀ ନେତ୍ରୀଙ୍କ ଝିଅ ବାଂସୁରିୀ ସ୍ୱରାଜ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ବାଂସୁରୀଙ୍କୁ ବିଜେପି ପକ୍ଷରୁ ଦିଲ୍ଲୀ ୟୁନିଟ୍ ଲିଗାଲ ସେଲର ସହ ସଂଯ୍ଧେକ୍ସଳ ଭାବେ ନିଯୁକ୍ତି ଦିଆଯାଇଛି ।
ବାଂସୁରୀ ସୁପ୍ରିମକୋର୍ଟରେ ଏବେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି । ବିଜେପିର ଦିଲ୍ଲୀ ୟୁନିଟି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବ ପୂର୍ଣ୍ଣକାଳୀନ ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ । ପରେ ସେ ରାଜ୍ୟ ୟୁନିଟରେ ତାଙ୍କର ପ୍ରଥମ ନିଯୁକ୍ତିରେ ବାଂସୁରୀଙ୍କୁ ଆଇନ ସେଲର ସହ ସଂଯୋଜକ ଭାବେ ନିଯୁକ୍ତ କରିଥିଲେ । ଏନେଇ ଦିଲ୍ଲୀ ଲିଗାଲ ସେଲ୍ ୟୁନିଟି ମୁଖ୍ୟ ଏକ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି, ବାଂସୁରୀଙ୍କ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ବିଜେପିକୁ ଏହା ମଝଭୁତ କରିବ ବୋଲି ଆଶା କରାଯାଉଛି ।
ଦିବଙ୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ଏବେ ମା’ଙ୍କ ରାଜନୈତୀକ ପଥ ଅନୁକରଣ କରିଛନ୍ତି । ବାଂସୁରୀ କହିଛନ୍ତି, ସେ ମଧ୍ୟ ଅତୀତରେ ଆଇନଗତ ପ୍ରସଙ୍ଗରେ ଦଳକୁ ସାହାଯ୍ୟ କରିଛନ୍ତି । ଦିଲ୍ଲୀ ବିଜେପିର ଆଇନ ବିଭାଗର ସହ-ସଂଯୋଜକ ଭାବେ ଦଳକୁ ଅଧିକ ସକ୍ରିୟ ଭାବେ ସେବା କରିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ବହୁତ ଖୁସି । ତାଙ୍କ ନିଯୁକ୍ତି ପାଇଁ ବାଂସୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।