ଏପ୍ରିଲ ପହିଲାରୁ ଦେଶର ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ । ଏହାସହିତ ଏପ୍ରିଲ ମାସରୁ ଅନେକ ନିୟମ ବଦଳି ନୂଆ ନିୟମ ଲାଗୁହେବାକୁ ଯାଉଛି । ନୂଆ ନିୟମ ଅନୁସାୟୀ ଖାଉଟି ଅନେକ ଦ୍ରବ୍ୟର ମୂଲ୍ୟରେ ପରିବର୍ତ୍ତନ ଲକ୍ଷ୍ୟ କରିବେ । ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ପକେଟ୍କୁ ବେଶ୍ ଆଘାତ କରିବ ।
ସୂଚନାନୁସାରେ ଏପ୍ରି ପହିଲାରୁ ସୁନାକୁ କେବଳ ଏଚ୍ୟୁଆଇଡି ସହିତ ବିକ୍ରି କରିବା ନିମନ୍ତେ ଅନୁମତି ଦିଆଯିବ ଏବଂ ବିନା ହଲମାର୍କ ହୋଇଥିବା ସୁନା ଅଳଙ୍କାର ଏବଂ ଅନ୍ୟ ସୁନା କଳାକୃତି ଗୁଡିକ ବିକ୍ରି କରିବା ପାଇଁ ଅନୁମତି ଦିଆଯିବ ନାହିଁ ।
ଏତଦ୍ବ୍ୟତୀତ ପ୍ରତୀକ ମାସର ପ୍ରଥମ ଦିନରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଏଲ୍ପିଜି ସିଲିଣ୍ଡର, ପେଟ୍ରୋଲ ଓ ଡିଜେଲର ନୂତନ ଦର ଧାର୍ଯ୍ୟ କରିଥାନ୍ତି । ଏହି ନିୟମ ଅନୁସାରେ ମାର୍ଚ୍ଚ ମାସରେ ଏଲ୍ପିଲି ଗ୍ୟାସ ସିଲିଣ୍ଡରର ଦର ୫୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ, ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ବର୍ତ୍ଥମାନ ଏପ୍ରିଲ ଆରମ୍ଭରୁ ମଧ୍ୟ ସରକାର ଗ୍ୟାସ ଦରରେ ପରିବର୍ତ୍ଥନ କରିପାରନ୍ତି । ଆୟକର ବିଭାଗ ନିର୍ଦ୍ଦେଶ ଅନୁସାରେ ପାନ୍ କାର୍ଡକୁ ଆଧାର କାର୍ଡ ଲିକ୍ କରିବାର ଅବଧି ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ରହିଛି ।
ଏପ୍ରିଲ ମାସ ପହିଲାରୁ ଆଧାର କାର୍ଡ ସହ ଲିକ ହୋଇନଥିବା ପାନ୍ କାର୍ଡ ଗୁଡିକ ନିଷ୍କ୍ରିୟ ହୋଇଯିବ ।