ଓଡ଼ିଆଙ୍କ ପାଇଁ ଖୁସି ଖବର । ଏଥର ଆଇପିଏଲ ମ୍ୟାଚରେ ଶୁଭିବ ଓଡ଼ିଆ କଂମେଟ୍ରି । ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ । ଓଡ଼ିଆ ଭାଷାରେ ଆଇପିଏଲ ଆଙ୍କରିଂ କରିବେ କଟକର ଲୋରିଆ ମହାନ୍ତି । ପ୍ୟାନେଲରେ ଓଡ଼ିଆ ଗେଷ୍ଟ ରହିବେ । ତେବେ ଇନିଂସ ଆରମ୍ଭ ମଝି ଓ ଶେଷ ସମୟରେ ଏହି ଓଡ଼ିଆ ଭାଷାରେ ଆଇପିଏଲର ମଜା ଉଠାଇବେ ଦର୍ଶକ । ଆଇପିଏଲ ସିଧାପ୍ରସାରଣ ଦାୟୀତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍ଲିକେସନରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ଉଠାଇପାରିବେ ।
ଓଡ଼ିଆରେ IPL କମେଣ୍ଟ୍ରି କରିବେ କଟକର ଲୋରିଆ ମହାନ୍ତି
previous post