ପୁଣି ଚର୍ଚ୍ଚାରେ ବିଜେଡ଼ି ସାଂସଦ ଭର୍ତୃହରି ମହତାବ । କିଛିଦିନ ହେବ ନିଜ ଲେଖା ମାଧ୍ୟମରେ ନିଜ ସରକାରଙ୍କ ନୀତି ଓ ଦଳର ନେତାଙ୍କ ବିରୋଧରେ ମତ ଦେଉଥିବା ଭର୍ତ୍ତୃହରିଙ୍କୁ ବିଜେପି ପକ୍ଷରୁ ହୋଇଛି ଭୁରି ପ୍ରଶଂସା | ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ତୃହରିଙ୍କୁ ମୁକ୍ତ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିଲ୍ଲୀରେ ଗୋଟିଏ ମଂଚରେ ଯୋଗଦେବା ସହ ତାଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଉଠିଛି । ଏପରିକି ଭର୍ତ୍ତୃହରି ବିଜେପି ଆଡକୁ ଢଳୁଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ ପୂର୍ବରୁ ବି ନିଜ ଖବରକାଗଜରେ ବହୁବାର ନିଜ ଦଳକୁ ତେରଛା ବାଣ ମାରିଆସୁଛନ୍ତି ଭତୃହରି । ସେହିପରି ନିକଟରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବି ରାଜ୍ୟ ସରକାର ଓ ପୋଲିସକୁ କାଠଗଡାକୁ ଟାଣିଥିଲେ ନିଜ ସମ୍ପାଦକୀୟ ମାଧ୍ୟମରେ । ‘ଉଚ୍ଚାରଣ ଓ ଆଚରଣ ମାର୍ଜିତ ହେବା ଆବଶ୍ୟକ’ ଶୀର୍ଷକ ସମ୍ପାଦକୀୟରେ ବିଜେପି ମତକୁ ସମର୍ଥନ କରିଥିଲେ ଭତୃହରି ।


ଗୋଟିଏ ପଟେ ନିଜ ଦଳ ବିରୋଧରେ ମତ ଦେଇ ଅନେକ ଦିନ ହେବ କଣଠେସା ହୋଇରହିଛନ୍ତି କଟକ ସାସଂଦ ।ସେପଟେ ଦଳର ବଡ ବଡ କାର୍ଯ୍ୟକ୍ରମ ରେ ବି ଭର୍ତ୍ତୃହରି ଙ୍କୁ ଦେଖିବାକୁ ମିଳିନାହିଁ । ଏପରିକି ୨୦୧୯ ନିର୍ବାଚନ ରେ ବି ଭର୍ତ୍ତୃହରି ଙ୍କ ଟିକେଟ୍ କଟିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ବିଜେଡି ଟିକେଟ୍ ହାତେଇବା ସହ ବିଜୟୀ ମଧ୍ୟ ହୋଇଥିଲେ, ଏବେ କିନ୍ତୁ ଦଳ ସହ ଭର୍ତ୍ତୃହରି ଙ୍କ ଆଉ ପୁରୁଣା ସମ୍ପର୍କ ନଥିବା ଚର୍ଚ୍ଚା ହେଉଛି ।ସେପଟେ ଭର୍ତ୍ତୃହରି ହରି ବି ଭିତରେ ଭିତରେ ପଦ୍ମ ପୋଖରୀ କୁ ଲମ୍ଫ ମାରିବାକୁ ଯୋଜନା କରିସାରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।