କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଇଣ୍ଟରଭ୍ୟୁକୁ ନେଇ ଏବେ ବଢୁଛି ଚର୍ଚ୍ଚା | ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭ୍ୟୁରେ ବୈଜୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ନିଜର ପୁରୁଣା ଦଳ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି | ହେଲେ ଏବେବି ୨୦୧୯ରେ ବଡ ପରାଜୟକୁ ଭୁଲି ପାରିନାହାନ୍ତି ଜୟ ପଣ୍ଡା | ନିଜ ଇଣ୍ଟରଭ୍ୟୁରେ ଏମିତି କିଛି କହିଛନ୍ତି ବୈଜୟନ୍ତ।
କାହିଁକି ହାରଗଲେ ୨୦୧୯ ନିର୍ବାଚନ ତାହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ର ପୂର୍ବତନ ସାସଂଦ | ବୈଜୟନ୍ତ କହିଛନ୍ତି , ନିର୍ବାଚନ ପଖେଇ ଆସିବା ପୂର୍ବରୁ ବିଜେପିରେ ଯୋଗଦାନ ଫଳରେ ଲୋକଙ୍କ ପାଖରେ ସଠିକ ଖବର ପହଞ୍ଚି ନ ପାରିବା ବୁମେରାଂ ହେଲା | ଏହାସହ ନବୀନଙ୍କ ତୁଫାନୀ ପ୍ରଚାର ଏବଂ ପ୍ରଚାର ସମୟରେ ତିନିରାତି ରହିବା ହାରିବାର ବଡ କାରଣ ବୋଲି କହିଛନ୍ତି ବୈଜୟନ୍ତ |
ଶେଷ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ବିଜେଡି ର ଜୋରଦାର ପ୍ରଚାର ,ଏବଂ ଅଧିକ ବିଧାୟକ ମାନଙ୍କ ପ୍ରଚାର ପ୍ରସାର ଫଳରେ ପରାଜିତ ହୋଇଥିବା କହିଛନ୍ତି ବୈଜୟନ୍ତ। ଏହାସହ ବୈଜୟନ୍ତ କହିଛନ୍ତି ପୂର୍ବରୁ ବିଜେଡିରେ ଥିବାବେଳେ ୨ଲକ୍ଷରୁ ଅଧିକ ଭୋଟରେ ଜିତୁଥିଲି,ବିଜେପି ଦ୍ଵିତୀୟ ନମ୍ବର ରେ କେବେ ନଥିଲା , ବିଜେପିରୁ ପାର୍ଥି ହେବା ପରେ କେନ୍ଦ୍ରାପଡାରେ ବିଜେପି ଦ୍ଵିତୀୟ ନମ୍ବରକୁ ଆସିଛି, ଏପରିକି ବିଜେପିର ଭୋଟ ପ୍ରତିଶତ ୪୦୦ ଗୁଣା ବଢିଛି ବୋଲି କହି ନିଜ ପିଠି ଥାପୁଡେଇଛନ୍ତି ଜୟ ପଣ୍ଡା |
ସୂଚନା ଅନୁସାରେ, ୨୦୧୯ ନିର୍ବାଚନ ବିଜେପିରୁ ଲଢିଥିବା ବୈଜୟନ୍ତ ପଣ୍ଡା , ଅନୁଭବ ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ | ଅନୁଭବ ମହାନ୍ତି ୬ ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ପାଇଥିବା ବେଳେ ବୈଜୟନ୍ତଙ୍କୁ ମିଳିଥିଲା ୪ ଲକ୍ଷ ୪୭ ହଜାର ୪୫୬ ଖଣ୍ଡ ଭୋଟ |