Home Politics ଫୋକସରେ ପଶ୍ଚିମ ଓଡ଼ିଶା

ଫୋକସରେ ପଶ୍ଚିମ ଓଡ଼ିଶା

by Admin
0 comment

ସାଧାରଣ ନିର୍ବାଚନ ପୂର୍‌ବରୁ ବଡ ତୟାରୀ ଆରମ୍ଭ କରିଛି ଶାସକ ବିଜେଡି । ପଶ୍ଚିମ ଓଡିଶାରେ ନିଜର ଦମ ଦେଖାଇବା ପାଇଁ ନୂଆ ରଣନୀତି ଆପଣାଉଛି ବିଜେଡି । ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ କୁ ଅସ୍ତ୍ର କରି ଆଗାମୀ ନିର୍ବାଚନ ରେ ଶାଶକ ବିଜେଡି କରିଛି ମାଷ୍ଟର ପ୍ଲାନ ।

ସେଥିପାଇଁ ଏବେ ନବୀନଙ୍କ ମୁଖ୍ୟ ଫୋକସ୍ ସାଜିଛି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନବଦାସ, ମମିତା ମେହେର ଓ ଚାଷୀ ସମସ୍ୟା ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା କୁହାଯାଉଛି ।ସେଥିପାଇଁ ବିଜେଡ଼ି ଆରମ୍ଭ କରିଛି ସ୍ୱତନ୍ତ୍ର ରଣନୀତି । ଖାସ୍ ଏଥିପାଇଁ ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ କରୁଛନ୍ତି ବିଜେଡ଼ି ସୁପ୍ରିମୋ ।ସରକାରଙ୍କ ବିକାଶ ଅସ୍ତ୍ର ରେ ବିରୋଧୀ ଙ୍କୁ ଘାଇଲା କରିବା କୁ ପୂରା ତୟାର ନବୀନ ବାହୀନ ।

ସୂଚନା ଅନୁସାରେ ଗତ ଫେବୃଆରୀ ୧୯ରେ ପଦ୍ମପୁରରୁ ଆରମ୍ଭ ହୋଇଥିଲା ମିଶନ ପଶ୍ଚିମ ଓଡ଼ିଶା । ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଘୋଷଣା ସହ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ନବୀନ । ଏବେ ପୁଣିଥରେ କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ । ନୂଆପଡ଼ାରେ ୫୪୬କିଲୋମିଟର ଫୋର ଲେନ ବିଜୁ ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ ସହ କଳାହାଣ୍ଡିରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ । ବସରେ ନବୀନ ବିଜୁ ଏକ୍ସପ୍ରେସ ୱେରେ ଯିବା ବେଳେ ପ୍ରାୟ ୧ଲକ୍ଷ ତାଙ୍କୁ ସ୍ୱାଗତ କରିବାର ଯୋଜନା ରହିଛି ।

ସୂଚନା ଅନୁସାରେ ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଲୋକସଭା ଆସନ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, କଳାହାଣ୍ଡି ଏବଂ ବଲାଙ୍ଗୀର ଏବେ ବିଜେପି ଦଖଲରେ ରହିଛି । ଯାହାକୁ ୨୦୨୪ରେ ଫୋକସରେ ରଖିଛି ଶାଶକ ବିଜେଡ଼ି । ଖାସ୍ ଏଥିପାଇଁ ନୂଆପଡ଼ା, କଳାହାଣ୍ଡିକୁ ମିଶାଇ ୫ ପଶ୍ଚିମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବା ସହ ନୂଆ ନୂଆ ଘୋଷଣା କରୁଛନ୍ତି ନବୀନ ।

ରାଉରକେଲାରେ ହକି ଷ୍ଟାଡିୟମ, ବରଗଡ଼ ପଦ୍ମପୁରରେ ବି ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ କରିଛନ୍ତି ବିଜେଡ଼ି ସୁପ୍ରିମୋ । ସୂଚନା ମୁତାବକ ପ୍ରାୟ ୩ ମାସ ଭିତରେ ବରଗଡ଼ ଜିଲ୍ଲାକୁ ଏହା ହେଉଛି ନବୀନଙ୍କ ତୃତୀୟ ଗସ୍ତ । ନବୀନ ସୋହେଲା ବ୍ଲକ୍ ହଳଦୀପାଲି ପଡ଼ିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେବୋ ସହ ହଳଦୀପାଲିଠାରୁ ବୀରମାଟି ଘେଁସ ଯାଏଁ କରିବେ ରୋଡ ସୋ । ଶେଷରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏଣୁ ଏବେ ଶାସକ ବିଜେଡ଼ିର ମୁଖ୍ୟ ଫୋକସରେ ରହିଛି ପଶ୍ଚିମ ଓଡ଼ିଶ । ଚଳିତବର୍ଷ ୩ମାସ ଭିତରେ ଏହା ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପଶ୍ଚିମ ଓଡ଼ିଶା ଗସ୍ତ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc