ବିଶ୍ୱକୁ ଅଷ୍ଟମ ମହାଦ୍ୱୀପ ମିଳିଥିବା ନେଇ ବୈଜ୍ଞାନିକମାନେ ଘୋଷଣା କରିଛନ୍ତି । ୩୭୫ବର୍ଷ ପରେ ଜିଲାଣ୍ଡିଆ ନାମକ ଦ୍ୱୀପର ଅସ୍ଥିତ୍ୱ ବାବଦରେ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ୧୦୫ ମିଲିୟନ ବର୍ଷ ପୂର୍ବେ ଗୋୱାଣ୍ଡାନାର ଏହା ଥିଲା ଏକ ଅଂଶବିଶେଷ । କାଳକ୍ରମେ ଏଥିରୁ ଆଂଟର୍କଟିକା ଏବଂ ପୂର୍ବ ଅଷ୍ଟ୍ରେଲିଆ ଅଲଗା ହୋଇଯାଇଥିଲା । ବର୍ତମାନ ନାମକରଣ ହୋଇଥିବା ଜିଲାଣ୍ଡିଆ ମଧ୍ୟ ଏଥିରୁ ଅଲଗା ହୋଇଯାଇଥିଲା ।
ଗତ ୧୯୪୨ରେ ଜଣେ ଡଚ୍ ବ୍ୟବସାୟୀ ଏବଂ ନାବିକ ଏଭଲ ଟ୍ୟାସମ୍ୟାନ ଏହାକୁ ଠାବ କରିଥିଲେ । ସେ ଦକ୍ଷିଣ ମହାଦ୍ୱୀପ ସନ୍ଧାନରେ ବାହାରିଥିବା ବେଳେ ଏ ସମ୍ପର୍କରେ କିନ୍ତୁ କିଛି ଜାଣିପାରିନଥିଲେ । ୨୦୧୭ରେ ଭୂ-ବୈଜ୍ଞାନିକମାନେ ସ୍ୱିକାର କରିଥିଲେ ଯେ, ଜିଲାଣ୍ଡିଆର ଏବେ ବି ଅସ୍ଥିତ୍ୱ ରହିଛି । ତେବେ ଏହାର ଅଧିକାଂଶ ଅଂଚଳ କିନ୍ତୁ ବୁଡିରହିଛି ପାଣି ଭିତରେ । ତେବେ ଏହ୦ା କିପରି ଭାବେ ପାଣିରେ ବୁଡିଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ବୈଜ୍ଞାନିକ ଦଳ । ୬ହଜାର ୫୬୦ଫୁଟ ଅଂଶ ଏହାର ପାଣିତଳେ ରହିଛି ।
ଗବେଷଣା ଜାରି ରହିଥିବାରୁ ଆଗକୁ ଏ ବିଷୟରେ ଅନେକ ତଥ୍ୟ ମିଳିପାରିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି |