ବଲିଉଡର ଚର୍ଚ୍ଚିତ ଅଭିନେତା ନୱାଜୁଦ୍ଦିନ ବର୍ତ୍ତମାନ ଖୋଜୁଛନ୍ତି ସମାଧାନ । ନୱାଜଙ୍କର ଅନେକ ଦିନ ହେବ ତାଙ୍କ ଏକ୍ସ ୱାଇଫ୍ ଆଲିଆଙ୍କ ସହ ବିବାଦ ଜାରି ରହିଛି । ଆଲିଆ ଓ ନୱାଜ ବିଭିନ୍ନ ସମୟରେ ପରସ୍ପର ଉପରେ ଅଭିଯୋଗ କରୁଥିବା ବେଳେ, ବର୍ତ୍ତମାନ ଏ ସବୁର ସମାଧାନ ଚାହାନ୍ତି ନୱାଜ ।
ସୂଚନାନୁସାରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଆକ୍ଟର ନୱାଜୁଦ୍ଦିନ ବର୍ତ୍ତମାନ ପାରିବାରିକ ସମସ୍ୟା ପାଇଁ ଚର୍ଚ୍ଚାରେ । ପୂର୍ବରୁ ନୱାଜଙ୍କର ତାଙ୍କ ପତ୍ନୀ ଆଲିଅଙ୍କ ସହିତ ବିବାହ ବିଚ୍ଛେଦ ହୋଇଥିବା ବେଳେ, ବର୍ତ୍ତମାନ ସେ ଏହାର ସାମଧାନ ଚାହାନ୍ତି । ନୱାଜୁଦ୍ଦିନ ନିଜ ୨ ପିଲାଙ୍କ ସହ ଦେଖାକରିବା ନିମନ୍ତେ ବମ୍ବେ ହାଇକୋର୍ଟ ହେବିୟସ କର୍ପସର ଆବେଦନ କରିଛନ୍ତି । ନୱାଜ ଏହି ଆବେଦନରେ ଦର୍ଶାଇଛନ୍ତି ସେ ନିଜ ପିଲାଙ୍କ ସ୍କୁଲିଂଙ୍କୁ ନେଇ ବେଶ ଚିନ୍ତିତ ଅଛନ୍ତି । ଏହାଛଡା ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ତାଙ୍କୁ ୨ ପିଲା ଶୋରା ଓ ୟାନିଙ୍କ ସହ ଦେଖାକରିବାକୁ ଅନୁମତି ଦିଆଯାଉ । ଯଦି ଆଗାମୀ ଦିନରେ ତାଙ୍କୁ ପିଲାଙ୍କ ସହିତ ଦେଖାକରିବାକୁ ସୁଯୋଗ ଦିଆଯାଏ ତେବେ ସେ ଏହି ଆବେଦନକୁ ଉଠାଇ ନେବେ ।
ଅନ୍ୟପକ୍ଷରୁ ଆଲିଆ ଆବେଦନର ପ୍ରତିଉତ୍ତରରେ କହିଛନ୍ତି ଯେତେବେଳେ ସେ ପିଲାଙ୍କ ସହ ନୱାଜଙ୍କ ମାଙ୍କ ଘରେ ରହୁଛନ୍ତି, ତେବେ ସେ କିଭଳି ଜାଣିନାହାନ୍ତି ପିଲା କଉଠି ଅଛନ୍ତି । ଆଲିଆ ସ୍ପଷ୍ଟ କରିଛନ୍ତି ସେ କେବେ ମଧ୍ୟ ପିଲାଙ୍କୁ ଦେଖାକରିବା ନିମନ୍ତେ କେବେ ମଧ୍ୟ ନୱାଜଙ୍କୁ ବାରଣ କରିନାହାନ୍ତି । କିନ୍ତୁ ନୱାଜ ନିଜେ ହିଁ ପିଲାଙ୍କୁ ଦେଖାକରିବା ପାଇଁ ଚାହାନ୍ତି ନାହିଁ ।
ନୱାଜୁଦ୍ଦିନ ୨୦୦୯ ମସିହାରେ ଆଲିୟାଙ୍କୁ ବିବାହ କରିଥିଲେ । ଏବଂ ୨୦୧୧ ମସିହାରେ ପରସ୍ପରର ସହମତିରେ ସେମାନେ ଅଲଗା ହୋଇଯାଇଥିଲେ । କିଛି ରିପୋର୍ଟନୁସାରେ ନୱାଜୁଦ୍ଦିନ ବର୍ତ୍ତମାନ ଆଲିଆଙ୍କ ସହ ରିଲେସନସିପ୍କୁ ଫେରିବା ନିମନ୍ତେ ଇଛା ପ୍ରକାଶ କରୁଛନ୍ତି ।