Home Uncategorized ଘରର କେଉଁ ଦିଗରେ ରଖିବେ ଆକ୍ୱାରିୟମ୍‌

ଘରର କେଉଁ ଦିଗରେ ରଖିବେ ଆକ୍ୱାରିୟମ୍‌

by Admin
0 comment

ଘରେ ଆକ୍ୱାରିୟମ ରଖିବା ଅନେକଙ୍କର ସଉକ । ଆକ୍ୱାରିୟମ୍ ରଖିଲେ କେବଳ ଯେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ତାହାନୁହେଁ । ଆକ୍ୱାରିୟମ୍ ଘରେ ରହିଲେ ଏହାଦ୍ୱାରା ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ଘରେ ଶାନ୍ତି ଶୃଙ୍ଖଳା ମଧ୍ୟ ବଜାୟ ରୁହେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଆକ୍ୱାରିୟମ୍ ରଖିବାକୁ ନେଇ ଅନେକ ନିୟମ ବି ରହିଛି ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଡ୍ରଇଂ ରୁମର ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ୍ ରଖିଲେ ଅତ୍ୟନ୍ତ ଶୁଭ । ଏହାଦ୍ୱାରା ଘରର ଆର୍ôଥକ ଅଭିବୃଦ୍ଧି ଘଟିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଆକ୍ୱାରିୟମକୁ କେବେ ବି ଡ୍ରଇଂ ରୁମ୍ ମଝିରେ ରଖନ୍ତୁନି କାରଣ ଏହାଦ୍ୱାରା ଘରର ଖର୍ଚ୍ଚ ବଢିଥାଏ । ଘରେ ରଖିଥିବା ଆକ୍ୱାରିୟମରୁ ସମୟ ସମୟରେ ପାଣି ବଦଳାଇବା ବି ଦରକାର । ଏପରି କରିବା ଦ୍ୱାରା ଆର୍ôଥକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ । ସେହିପରି ଆକ୍ୱାରିୟମକୁ ବେଡ୍ ରୁମରେ ରଖିବା ଆଦୌଁ ଉଚିତ୍ ନୁହେଁ । ଏହାଦ୍ୱାରା ରାତିରେ ଦୁଃସ୍ୱପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି । ଆକ୍ୱାରିୟମରେ ସର୍ବଦା ୯ଟି ମାଛ ରଖିବା ଶୁଭଙ୍କର । ଆଉ ସେହି ୯ଟି ମାଛ ମଧ୍ୟରୁ ୮ଟି ଗୋଲ୍ଡ ଫିଶ୍ ଓ ଗୋଟିଏ କଳା ମାଛ ରହିବା ଦ୍ୱାରା ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ । ସେହିପରି ଗୋଲ୍ଡଫିସକୁ ଧନର ପ୍ରତୀକ ବୋଲି କୁହାଯାଉଥିବା ବେଳେ କଳାମାଛକୁ ସୁରକ୍ଷାର ପ୍ରତୀକ ଭାବେ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । 

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc