ବିଶ୍ୱ ରେକର୍ଡ ନିଶାରେ ଦଶମ ଶ୍ରେଣୀ ଛାତ୍ର ହର୍ଷ ପଣ୍ଡିତ । ଲିମକା ବୁକ ଅଫ୍ ରେକର୍ଡ ଓ ଗିନିଜ ବୁକ୍ ଅଫ୍ ରେକର୍ଡରେ ଭାରତକୁ ପ୍ରତିନିଧୀତ୍ୱ କରିବା ନିମନ୍ତେ ଆରମ୍ଭ କରିଛନ୍ତି, ଅଭିନବ ପ୍ରୟାସ । ହର୍ଷଙ୍କୁ ଏଥିରେ ସହେଯାଗ କରୁଛନ୍ତି ତାଙ୍କର ପୁରା ପରିବାର ।
ବିହାର ହର୍ଷ ପଣ୍ଡିତ ୭୮ ଦିନ ପୂର୍ବରୁ ଆରମ୍ଭ କରିଥିଲେ ନିଜର ମାରାଥନ ଦୌଡ ।ଏବେ ସୁଦ୍ଧା ୪ ହଜାର ତିନିଶହ କିଲୋମିଟର ଅତିକ୍ରମ କରିସାରିଲେଣି ,ସୂଚନା ଅନୁସାରେ ନୂଆଦିଲ୍ଲୀରୁ ହର୍ଷ ନଜି ମାରାଥନ ଆରମ୍ଭ କରିଥିବା ବେଳେ, ବର୍ତ୍ତମାନ ସେ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଛନ୍ତି । ୧୦୦ ଦିନ ମଧ୍ୟରେ ୬୦୦୦ କିଲୋମିଟର ଦୌଡି ଲିମକା ବୁକ ଅଫ୍ ରେକର୍ଡରେ ଭାରତକୁ ପ୍ରତିନିଧିତ୍ୱ କରିବା ତାଙ୍କର ଲକ୍ଷ୍ୟ ଏହା ସହିତ, ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ କରିବା ଲକ୍ଷ ରଖିଛିନ୍ତି ମାରାଥନ ଧାବକ ହର୍ଷ
ହର୍ଷଙ୍କ ବାପା ହିମାଂଶୁ କୁମାର କହିଛନ୍ତି ହର୍ଷଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ପୁରା ପରିବାର ତାଙ୍କର ସହଯୋଗ କରୁଛନ୍ତି । ଏବଂ ହର୍ଷଙ୍କ ସଫଳତାରେ ସେ ଅତ୍ୟନ୍ତ ଖୁସି ଅଛନ୍ତି । ହିମାଂଶୁ କୁମାର ଆହୁରି ମଧ୍ୟ କହିଛନ୍ତି ତାଙ୍କ ପୁଅ ଲିମକା ବୁକ ଅଫ୍ ରେକର୍ଡ ଓ ଗିନିଜ ବୁକ୍ ଅଫ୍ ରେକର୍ଡରେ ଭାରତର ନାମକୁ ସାମିଲ କରିଥିବାରୁ ସେ ଗୌରବାତ୍ୱତ ଅଛନ୍ତି ।