ପ୍ରତିଦିନ ବଲିଉଡରୁ କିଛି ନା କିଛି ବଡ ଖବର ସାମ୍ନାକୁ ଆସୁଛି । ଏହି କ୍ରମରେ ବର୍ତ୍ତମାନ ବଲିଉଡର ଲୋକପ୍ରିୟ କପୁଲ ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କୁ ନେଇ ଆସିଛି ବଡ ଅପଡେଟ୍ । ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ନେଇ ହେଉଛି ଜୋରଦାର ଚର୍ଚ୍ଚା ।
ସୂଚନାନୁସାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସ୍ୱାମୀ ରଣବୀର ସିଂ ଓ ବାପା ପ୍ରକାଶ ପାଦୁକୋନଙ୍କ ସହିତ ଏକ ଇଭେଣ୍ଟରେ ଯୋଗ ଦେବାପାଇଁ ପହଞ୍ଚିଥିଲେ । ଉଭୟ ଦୀପିକା ଓ ରଣବୀର ଏହି ଇଭେଣ୍ଟରେ ବ୍ଲାକ ଆଉଟ ଫିଟ୍ରେ ନଜର ଆସିଥିଲେ । କିନ୍ତୁ ଇଭେଣ୍ଟ ମଧ୍ୟକୁ ପ୍ରବେଶ କରୁଥିବା ସମୟରେ ରଣବୀର ହାତ ବଢାଇଥିଲେ ମଧ୍ୟ ଦୀପିକା ତାଙ୍କ ହାତକୁ ଧରି ନଥିଲେ । କି ପାପାରାଜିଙ୍କୁ ଫଟୋ ପୋଜ କରିବା ସମୟରେ ଦୁହେଁ ପରସ୍ପରର ମୁହଁଙ୍କୁ ମଧ୍ୟ ଚାହିଁ ନଥିଲେ । ସେହିପରି ରଣବୀର ବାରମ୍ବାର ଦୀପିକାଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିବା ବେଳେ, ଦୀପିକା କିନ୍ତୁ ତାଙ୍କ ସହ କଥା ହେଉନଥିଲେ । ଦୀପିକା ରଣବୀରଙ୍କୁ ଇଗ୍ନୋର କରୁଥିବାର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏବଂ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏହି ଖବର ଉଭୟ ଦୀପିକା ଓ ରଣବୀର ଉଭୟଙ୍କ ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି ।
ଦୀପିକା ରଣବୀର ପରସ୍ପରଙ୍କୁ ୨୦୧୨ ମସିହାରେ ଡେଟ୍ କରିବା ଆରମ୍ଭ କରିଥିଲେ । ଡେଟ୍ କରିବାର ପ୍ରାୟ ୬ ବର୍ଷ ପରେ ୨୦୧୮ ମସିହା ନଭେମ୍ବର ୧୪ ତାରିଖରେ ଦୁହେଁ ପରସ୍ପରକୁ ଇଟାଲୀର ଏକ ମ୍ୟାରେଜ ଭେନ୍ୟୁରେ ବିବାହ କରିଥିଲେ ।