Home Sports ଚେନ୍ନାଇ ପାଇଁ ଓପନିଂ କରିବେ ଓଡିଆ ପୁଅ

ଚେନ୍ନାଇ ପାଇଁ ଓପନିଂ କରିବେ ଓଡିଆ ପୁଅ

by Admin
0 comment
ଆଇପିଏଲ ୨୦୨୩ ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକି ।ଆସନ୍ତା ୩୧ରେ ବାଜିବ ଆଇପିଏଲ ମହାସମର ପାଇଁ ବିଗୁଲ୍ ,ପ୍ରଥମ ମୁକାବିଲା ରେ ୪ ଥରର ଚମ୍ପିୟାନ ଚେନ୍ନାଇ କୁ ଭେଟିବ ଗତଥରର ଟାଇଟଲ ବିଜେତା ଗୁଜୁରାଟ ଟାଇଟନ୍ସ ।

ହେଲେ ଏବେ ଠାରୁ ଧୋନି ବାହୀନ ଟିମର ପରଫେକ୍ଟ ୧୧ କୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା, ଏହାସହ ଦଳରେ ଅନେକ ନବାଗତ ଥିବାରୁ କାହକୁ ନିଜ ଟିମରେ ସାମିଲ କରିବେ ଧୋନି ସେଇ ଆରମ୍ଭ ହେଲାଣି ଅଙ୍କକଷା ।ଧୋନିଙ୍କ ଟିମରେ ଗତ ସିଜିନ ଗାଇକ୍ଵାଡ ଏବଂ ଡେଭେନ କନଓ୍ଵେ ଓପନ ଦାଇତ୍ଵ ତୁଲାଇଛନ୍ତି।

ହେଲେ ଚଳିତ ସିଜିନରେ ନୂଆ ଓପନିଂ କମ୍ବିନେସନ ସହ ଚେନ୍ନାଇ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା କରୁଛି|ସୂଚନାଅନୁସାରେ, ୨୦୨୧ ଆଇପିଏଲରେ ଡୁପ୍ଲେସିସଙ୍କ ସହ ଋତୁରାଜ ଓପନ କରୁଥିବା ବେଳେ ୨୦୨୨ରେ ଡୁପ୍ଲେସିସି୍ ବାଙ୍ଗାଲୋର ଟିମ ପାଇଁ ଅଧିନାୟତ୍ଵ କରୁଛନ୍ତି, ତାଙ୍କ ସହ ଚେନ୍ନାଇ ଏବେ ନ୍ୟିଜିଲାଣ୍ଡର ବ୍ୟାଟର ଡେଭେନ କନଓ୍ଵେଙ୍କୁ ଟିମରେ ସାମିଲ କରିଛି, କନଓ୍ଵେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ଆହତ ସମସ୍ୟା ଧୋନି ବାହୀନି ଆଗୁଆ ପ୍ରସ୍ତୁତ ରହିଛି।

ସେଥିପାଇଁ ନୂଆ ଓପନିଂ ଯୋଡି ଧୋନିଙ୍କ ଟିମରେ ସାମିଲ ଅଛନ୍ତି| ଚର୍ଚ୍ଚା ହେଉଛି ଚଳିତ ଆଇପିଏଲରେ କିଛି ମ୍ୟାଚରେ ଅଜିଙ୍କ୍ୟା ରାହଣେଙ୍କ ସହ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ମୌକା ଦେଇ ପାରନ୍ତି କ୍ୟାପଟେନ ଧୋନି। ଏହାସହ ଶୁଭ୍ରାଂଶୁ ଗତ ଆଇପିଏଲରେ ମଧ୍ୟ ଚେନ୍ନାଇ ଟିମରେ ସାମିଲ ଥିଲେ ମଧ୍ୟ ଗୋଟିଏ ହେଲେ ବି ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିନଥଲିଲା।

ତା ସତ୍ୱେ ବି ଚେନ୍ନାଇ ପୁଣି ଥରେ ଶୁଭ୍ରାଂଶୁଙ୍କୁ ରିଟେନ କରିଥିଲା।ଶୁଭ୍ରାଂଶୁ ମଧ୍ୟ ନେଟ୍ ସେସନରେ ଜୋରଦାର ପ୍ରାକ୍ଟିସ କରିଛନ୍ତି। ଏଥର ଆଇପିଏଲରେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କ ଆକ୍ସନ ଦେଖିବାକୁ ମିଳିପାରେ|

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc