Home Breaking News ରଦ୍ଦ ହେବ ଲକ୍ଷାଧିକ ରାସନ୍ କାର୍ଡ

ରଦ୍ଦ ହେବ ଲକ୍ଷାଧିକ ରାସନ୍ କାର୍ଡ

by Admin
0 comment

ଦେଶରେ ଗରିବ ଓ ଭୂମିହୀନଙ୍କୁ ମାଗଣାରେ ରାସନ ଯୋଗାଇଦେବାକୁ ଅନେକ ଯୋଜନା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ଏହାର ଫାଇଦା ଉଠାଉଛନ୍ତି ଅନେକ ଅଯୋଗ୍ୟ ହିତାଧିକାରୀ । ଏଣୁ ଏହାକୁ ରୋକିବାକୁ ସରକାର ଆଣିଛନ୍ତି ନୂଆ ନିୟମ । ନୂଆ ନିୟମ ଅଧୀନରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ରଦ୍ଦ ହେବ । ଏବେ ଆଉ ମାଗଣା ରାସନର ସୁବିଧା ପାଇପାରିବେନି ଅଯୋଗ୍ୟ ହିତାଧିକାରୀ । କେନ୍ଦ୍ର ସରକାରଙ୍କ କହିବା ମୁତାବକ ଚଳିତବର୍ଷ ରାସନ କାର୍ଡଧାରୀମାନେ ମାଗଣା ରାସନର ଲାଭ ପାଇପାରିବେନି । ଯେଉଁ ଅଯୋଗ୍ୟ ହିତାଧିକାରୀ ମାଗଣାରେ ରାସନ ନେଉଛନ୍ତି ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏପରିକ୍ଷେତ୍ରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏଣୁ ସରକାର ଏମାନଙ୍କୁ ଯଥାଶୀଘ୍ର ରାସନ କାର୍ଡ ଫେରାଇ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏମାନେ ରାସନ କାର୍ଡ ନ ଫେରାନ୍ତି ତେବେ ଖାଦ୍ୟ ବିଭାଗ ଟିମର ଯାଂଚ୍ ପରେ ଏହାକୁ ବାତିଲ୍ କରାଯିବ । ଏପରି କି ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ନିୟମ ମୁତାବକ ଯଦି ଜଣେ କାର୍ଡଧାରୀଙ୍କ ପାଖରେ ନିଜର ଏକ ପ୍ଲଟ୍ ଅବା ଫ୍ଲାଟ୍ ଥିବ ନଚେତ୍ ୧୦୦ବର୍ଗ ମିଟରର ଘର ଥିବ ସେମାନଙ୍କ ରଦ୍ଦ ହେବ ରାସନକାର୍ଡ । ଏହାସହିତ ଯେଉଁମାନଙ୍କର ୪ଚକିଆ ଯାନ, ଅସ୍ତ୍ରଶସ୍ତ୍ରର ଲାଇସେନ୍ସ, ଗାଁରେ ୨ଲକ୍ଷରୁ ଅଧିକ ଓ ସହରରେ ୩ଲକ୍ଷରୁ ଅଧିକ ଆୟ ଥାଏ ତେବେ ସେମାନଙ୍କର ରଦ୍ଦ ହେବ ରାସନ କାର୍ଡ । ଏପରି କି ସେମାନଙ୍କୁ ଅଯୋଗ୍ୟ ମଧ୍ୟ ଘୋଷିତ କରାଯିବ । ତେଣୁକରି ଜରିମାନା କିମ୍ବା ଅଯୋଗ୍ୟ ଘୋଷିତ ହେବା ପୂର୍ବରୁ ଏମାନଙ୍କୁ ନିକଟସ୍ଥ ତହସିଲ କିମ୍ବା ଡିଏସଓ କାର୍ଯ୍ୟାଳୟରେ ରାସନ କାର୍ଡ ଫେରାଇବାକୁ କୁହାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc