Home Uncategorized ଉତ୍ତରଖାତାରେ ଟଙ୍କା

ଉତ୍ତରଖାତାରେ ଟଙ୍କା

by Admin
0 comment

ଗୁରୁଜୀ ଅଧିକ ପାଠ ଲେଖିନି, ଯାହା ପାଠ ପଢିଥିଲି ସେ ପ୍ରଶ୍ନ ପରୀକ୍ଷାରେ ପଡ଼ିନି । ଏଣୁ ମୋତେ ଉତର ଆସିଲାନି ମୁଁ କମ୍ ଲେଖିଛି । ଦୟାକରି ମୋତେ ଫେଲ୍ କରିବେନି । ମୋର ଭବିଷ୍ୟତକୁ ନଷ୍ଟ କରନ୍ତୁନି । ଏହା ମିଠାଇ ଖର୍ଚ୍ଚ ବାବଦକୁ ଆପଣ ନେବେ । ଏଭଳି ଲେଖିବା ସହ ନିଜ ନିଜର ଉତରଖାତାରେ ୫ ଓ ୨ହଜାର ଟଙ୍କିଆ ନୋଟ୍ ରଖିଛନ୍ତି ଛାତ୍ରଛାତ୍ରୀ । ଉତରପ୍ରଦେଶରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତରଖାତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପରେ ଖାତା ମୂଲ୍ୟାଙ୍କନ କରୁଥିବା ପରୀକ୍ଷକମାନେ ବି ଏପରି କାର୍ଯ୍ୟ ଯୋଗୁଁ ଆଶ୍ଚର୍ଯ୍ୟ ହେବା ସହ ଅସୁବିଧାରେ ପଡିଛନ୍ତି । ଉତରଖାତା ଚେକିଂକୁ ଇତିମଧ୍ୟରେ ୭ଦିନ ବିତିଯାଇଥିବା ବେଳେ ଶିକ୍ଷାର୍ଥୀଙ୍କ ଖାତାରୁ ମିଳିସାରିଲାଣି ୧୫ହଜାର ଟଙ୍କା ।

ନୋଟ୍ ମଧ୍ୟରେ ଶହେରୁ ଆରମ୍ଭ କରି ୫ଶହ ଏବଂ ୨ହଜାର ଟଙ୍କିଆ ନୋଟ୍ ମିଳୁଛି । ପଦାର୍ଥ ବିଜ୍ଞାନ, ଗଣିତ ଏବଂ ରସାୟନ ବିଜ୍ଞାନର ଉତର ସିଟରେ ସର୍ବାଧିକ ପରିମାଣର ଟଙ୍କା ମିଳିଥିବା ଜଣାପଡ଼ିଛି । ସୂଚନା ମୁତାବକ ଉତରପ୍ରଦେଶର ବାରଣାସୀ ଜିଲ୍ଲାର ୪ଟି ମୂଲ୍ୟାଙ୍କନ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ସରକାରୀ କୁଇନ୍ସ ଇଂଟର କଲେଜ ଏବଂ ପିଏନ୍ ସରକାରୀ ଇଂଟର କଲେଜରେ ଇଂଟର ଶିକ୍ଷାର୍ଥୀମାନଙ୍କ ଉତର ପୁସ୍ତକ ଏବେ ଯାଂଚ୍ କରାଯାଉଛି । ପରୀକ୍ଷାର୍ଥୀମାନେ ପରୀକ୍ଷାରେ ପାସ୍ ମାର୍କ ପାଇଁ ସବୁଜ, ଗୋଲାପୀ ନୀଳ ଏବଂ କମଳା କଲର ନୋଟ୍ ଉତରଖାତାରେ ରଖିଥିବା ଦେଖାଯାଉଛି । କିଛି ପରୀକ୍ଷକ ନୋଟ୍ ପାଇ ଚକିତ ହୋଇଯିବା ସହ ମନେ ମନେ ହସୁଛନ୍ତି । ଏଭଳି ଖବର ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc