କିଛିଦିନ ହେବ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡାଙ୍କ ରିଲେସନ୍ସିପ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ, ବର୍ତ୍ତମାନ ଏଥିରେ ଆସିଛି ନୂଆ ଟୁଇଷ୍ଟ । ଏକ ରିପୋର୍ଟନୁସାରେ ଉଭୟ ଖୁବଶୀଘ୍ର ନିବନ୍ଧ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଋିପୋର୍ଟ ଅନୁସାରେ ଉଭୟ ପରିଣୀତି ଓ ରାଘବ ପରସ୍ପରକୁ ପସନ୍ଦ କରିବା ସହ ଅନେକ ଦିନରୁ ଡେଟ୍ କରୁଛନ୍ତି । ଦୁହିଁଙ୍କ ମଧ୍ୟରେ ଷ୍ଟ୍ରଙ୍ଗ ବଣ୍ଡିଙ୍ଗ ମଧ୍ୟ ରହିଛି । ଏହା ବ୍ୟତୀତ ଉଭୟଙ୍କ ପରିବାର ମଧ୍ୟ ପରସ୍ପର ସହିତ ଦେଖାକରିସାରିଛନ୍ତି । ଏବଂ ପରିବାର ମଧ୍ୟରେ ଦୁହିଁଙ୍କ ରୋକା ସମ୍ପର୍କରେ ଆଲୋଚନା ସରିଛି । ଏହି ରୋକାରେ ଉଭୟଙ୍କ ପରିବାର, କ୍ଲୋଜଫ୍ରେଣ୍ଡଙ୍କ ସମ୍ମୁଖରେ ରୋକା କରାଯିବ ।
ଏହାଛଡା ସୂତ୍ରରୁ ଜଣାପଡିଛି ଉଭୟ ନିଜ ନିଜ କାମରେ ବ୍ୟସ୍ତ ଥିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତାରିଖ ଫିକ୍ସ କରାଯାଇନାହିଁ । ଉଭୟଙ୍କ ପରିବାର ପକ୍ଷରୁ ରୋକା ନିମନ୍ତେ କାମ ଆରମ୍ଭ କରିଦିଆଯାଇଛି । ପରିଣୀତି ଓ ରାଘବଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ରୋକା ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରାଯାଇନଥିବା ବେଳେ, ଏନେଇ ଉଭୟଙ୍କ ପରିବାରର ପକ୍ଷରୁ ଘୋଷଣା କରାଯିବା ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ ଜାନୁଆରୀ ମାସରେ ୟୁକେ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଘବ ଓ ପରିଣୀତି ପ୍ରଥମ ଥର ପାଇଁ ଦେଖାହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏବଂ ଗତ କିଛିଦିନ ହେବ ଦୁହିଁଙ୍କୁ ବିଭିନ୍ନ ସମୟରେ ଏକାସାଙ୍ଗରେ ସ୍ପଟ୍ କରାଯାଉଛି । ଉଭୟଙ୍କୁ ଏକାଠି ଦେଖିବାପରେ ପରସ୍ପର ସହିତ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା ।