Home Sports ଦିଲ୍ଲୀ-ମୁମ୍ବାଇ ଟାଇଟେଲ ଲଢେଇ

ଦିଲ୍ଲୀ-ମୁମ୍ବାଇ ଟାଇଟେଲ ଲଢେଇ

by Admin
0 comment

ମହିଳା ପ୍ରିମିୟର ଲିଗ୍‌‌ ରେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଟାଇଟଲ ପାଇଁ ମୁକାବିଲାରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ଦିଲ୍ଲୀ ଲିଗ୍‌‌ ପର୍ଯ୍ୟାୟରେ ୮ଟି ମ୍ୟାଚ୍‌‌ ଖେଳି ୬ ବିଜୟ, ସହ ମୋଟ୍‌‌ ୧୨ ପଏଣ୍ଟ ପାଇଁ ନେଟ୍‌‌ ରନରେଟ୍‌‌ରେ ଶୀର୍ଷରେ ରହି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ମୁମ୍ବାଇ ସମାନ ୧୨ ପଏଣ୍ଟ ପାଇଥିଲେ ମଧ୍ୟ ନେଟ୍‌‌ ରନରେଟ୍‌‌ରେ ପଛରେ ରହି ଦ୍ୱିତୀୟ ଓ ୟୁପି ୱାରିୟର୍ଜ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ଫଳରରେ ଫାଇନାଲ ଟିକଟ ପାଇଁ ମୁମ୍ବାଇ ଓ ୟୁପି ଏଲିମିନେଟରରେ ପରସ୍ପରକୁ ଭେଟିଥିଲେ। ଏଥିରେ ମୁମ୍ବାଇ ୭୨ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଉଭୟ ଦଳରେ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି। ତେଣୁ ମୁକାବିଲା ରୋମାଞ୍ଚକ ଓ ସଂଘର୍ଷପୂର୍ଣ୍ଣ ହେବ ।

ଉଭୟ ଦଳ ଟାଇଟଲ ପାଇଁ ସମାନ ଭାବେ ଦାବିଦାର ଅଛନ୍ତି। ବ୍ରାବର୍ଣ୍ଣ ଷ୍ଟାଡିୟମରେ ମୁମ୍ବାଇର ରେକର୍ଡ ଅପେକ୍ଷାକୃତ ଭଲ ରହିଛି। ଏଠାରେ ୩ଟି ମ୍ୟାଚ୍‌‌ ଖେଳି ମୁମ୍ବାଇ ସବୁଥିରେ ବିଜୟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀ ଏହି ଷ୍ଟାଡିୟମରେ ୩ଟି ମ୍ୟାଚ୍‌‌ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ହରମନପ୍ରୀତ ଭଲ ଫର୍ମରେ ନ ଥିଲେ ମଧ୍ୟ ନାତାଲି ସ୍କିଭର ଦମ୍‌‌ଦାର ଫର୍ମରେ ଅଛନ୍ତି

ନାତାଲି ତୃତୀୟ ସର୍ବାଧିକ ରନ ୨୭୨ ସଂଗ୍ରହ କରି ଦୁଇଟି ଅର୍ଦ୍ଧଶତକ ହାସଲ କରିବା ସହ ୧୦ ୱିକେଟ ଅକ୍ତିଆର କରିଛନ୍ତି। ଲିଗ୍‌‌ରେ ସେ ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ତେଣୁ ମୁମ୍ବାଇ ନାତାଲିଙ୍କ ପ୍ରଦର୍ଶନ ଉପରେ ନର୍ଭର କରିବ। ଅନ୍ତିମ ୫ ଓଭରରେ ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେହିପରି ମୁମ୍ବାଇର ଅନ୍ୟତମ ଅଲରାଉଣ୍ଡର ହେଲି ମାଥ୍ୟୁସ୍‌‌ ମଧ୍ୟ ଦିଲ୍ଲୀ ପାଇଁ ସମସ୍ୟା ସୃଷ୍ଟି କରିବେ। ସେ ଏପର୍ଯ୍ୟନ୍ତ ୨୫୮ ରନ ସଂଗ୍ରହ କରିବା ସହ ୯ଟି ମ୍ୟାଚ୍‌‌ରୁ ୧୩ ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୟସ୍ତିକା ଭାଟିଆ ବ୍ୟାଟିଂରେ ନୀର୍ଭିକ ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ସାଇକା ଇଶାକ ଏପର୍ଯ୍ୟନ୍ତ ୧୫ଟି ୱିକେଟ ଅକ୍ତିଆର କରିଛନ୍ତି। ସେ ୟୁପିର ସୋଫି ଏକ୍ଲେଷ୍ଟୋନ ଙ୍କୁ ପଛରେ ପକାଇବା ସମ୍ଭାବନା ରହିଛି। ସେହିପରି ଇଶାବେଲ ୟଙ୍ଗ ଓ ଆମେଲିଆ କେର ବୋଲିଂରେ ମୁମ୍ବାଇ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ।

ଅପରପକ୍ଷରେ ମେଗ ଲାନିଂଙ୍କ ନେତୃତ୍ୱରେ ଦିଲ୍ଲୀ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି। ଲାନିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗତ ଟି-୨୦ ମହିଳା ବିଶ୍ୱକପ୍‌‌ରେ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲେ ଓ ସେ ଆଉ ଏକ ବିଶ୍ୱସ୍ତରୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଏହି ଲିଗ୍‌‌ରେ ୫୧. ୬୬ ରନ ହାରରେ ଲାନିଂ ସର୍ବାଧିକ ୩୧୦ ରନ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ମାରିଜନେ କାପ୍‌‌ ନିଜର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦିଲ୍ଲୀକୁ ଚାମ୍ପିଅନ କରାଇବାକୁ ପ୍ରୟାସ କରିବେ। ସେ ୧୫୯ ରନ ସଂଗ୍ରହ କରିବା ସହ ୮ଟି ମ୍ୟାଚ୍‌‌ରୁ ୯ ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ଆଲିସ କାପ୍‌‌ସେ ମଧ୍ୟ ନିଜର ପାୱାର ହିଟିଂ ମାଧ୍ୟରେ ଦଳକୁ ବଡ଼ ସ୍କୋର ପ୍ରଦାନ କରିବେ। ଦିଲ୍ଲୀ ବିଦେଶୀ ଖେଳାଳିଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହେବ। କିନ୍ତୁ ଭାରତୀୟ ଖେଳାଳି ଜେମିମା ରୋଡ୍ରିଗ୍ୱେଜ, ଶେଫାଳୀ ବର୍ମା, ଶିଖା ପଣ୍ଡେ ଓ ପୁନମ ଯାଦବ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc