Home Breaking News ପୋଲ ନିର୍ମାଣରେ ବିଳମ୍ବ : ଧାରଣାରେ ବସିଲେ ଗ୍ରାମବାସୀ

ପୋଲ ନିର୍ମାଣରେ ବିଳମ୍ବ : ଧାରଣାରେ ବସିଲେ ଗ୍ରାମବାସୀ

by Admin
0 comment

ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତ ର ଜାମକୁଣ୍ଡା ଲକ ବଜାର ଉପରେ ଏଲ ଏଣ୍ଡ ଟି କମ୍ପାନୀର ବ୍ରିଜ ନିର୍ମାଣକୁ ନେଇ ଦେଖାଦେଇଛି ଅସନ୍ତୋଷ। ଦୀର୍ଘ ତିନି ବର୍ଷ ଧରି ବ୍ରିଜ ନିର୍ମାଣ ନାମରେ ଜାମକୁଣ୍ଡା ଲକ ଠାରେ ଥିବା ହାଟକୁ L&T କମ୍ପାନୀ ଅକ୍ତିଆର କରି ରଖିଥିବାରୁ, ତୁରନ୍ତ ଜାଗା ଖାଲି କରିବାକୁ ଦାବି କଲେ ଜାମକୁଣ୍ଡା ଓ ବିଷ୍ଣୁ ପୁର ପଞ୍ଚାୟତର ଅଧିବାସୀ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀର ପନ୍ତେଇ ଘାଟ ଉପରେ ଜିଲ୍ଲାର ସର୍ବବୃହତ ପୋଲ ନିର୍ମାଣ ପାଇଁ ତିନି ବର୍ଷ ତଳେ ପ୍ରସ୍ତୁତି ସରିଥିଲା।

ବାଲିଆପାଳ – ଭୋଗରାଇ ଅଞ୍ଚଳର ଉନ୍ନତି ପାଇଁ ଉକ୍ତ ପୋଲ ନିର୍ମାଣ କରିବାକୁ ସରକାର L&T କମ୍ପାନୀ କୁ ଟେଣ୍ଡର ଦେଇଥିଲେ। ତେବେ କମ୍ପାନୀ ବାଲିଆପାଳ ଜାମକୁଣ୍ଡା ଲକ ଠାରେ ପହଞ୍ଚି ସେଠାରେ ଚାଲିଥିବା ଡେଲି ମାର୍କେଟକୁ ଉଛେଦ କରି ସେଠାରେ ନିଜର ଅଫିସ ଆରମ୍ଭ କରିଥିଲେ ଏବଂ ତିନି ବର୍ଷ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତିନି ବର୍ଷ ପୂରି ଯାଇଥିଲେ ମଧ୍ୟ ସେଠାରେ ପୋଲ ପାଇଁ କୈ।ଣସି କାମ ଆରମ୍ଭ ହୋଇ ନଥିବାରୁ ସ୍ଥାନୀୟ ଲୋକେ ନିଜ ନିଜର ଗୁଜୁରାଣ ମେଣ୍ଟାଉଥିବା ହାଟ ଯାଗାକୁ ଫେରାଇ ଦେବାକୁ ଦାବି କରି ଧାରଣା ଦେଇଛନ୍ତି ଏବଂ ଆଗାମୀ ସାତ ଦିନ ମଧ୍ୟରେ ଏହାର ଫଏସଲା ନହେଲେ ଆନ୍ଦୋଳନ ତୀବ୍ରତର ହେବାର ସୂଚନା ଦେଇଛନ୍ତି।
ସ୍ଥାନୀୟ ଜନସାଧାରଣ L&T ଅଫିସ ସମ୍ମୁଖରେ ଧାରଣା ରେ ବସି ରହିଥିବା ବେଳେ, କମ୍ପାନୀ କତୃପକ୍ଷ ଅଫିସ ରେ ତାଲା ପକାଇ ଅନୁପସ୍ଥିତ ଥିବାରୁ ଫୋନ ଯୋଗେ କମ୍ପାନୀ ସୁପରଭାଇଜର ନିଜର ଦୋଷକୁ ଘୋଡାଇ ରଖି , ସରକାରୀ ଠିକା ସଂସ୍ଥା ଉପରେ ଦୋଷ ଲଦି ଛନ୍ତି। ତେବେ R&B ଠାରୁ କାର୍ଯ୍ୟ ର ତଦାରଖ କରିବାକୁ ସରକାରୀ ଠିକା ସଂସ୍ଥା (ଅରକି ଟେକ୍ନୋ କନସୋଲଟାଣ୍ଟ ) ଦାୟିତ୍ଵ ନେବା ପରେ L&T ଗତ ୨୦୨୨ ମସିହା ଜାନୁଆରୀ ମାସ ରେ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ କମ୍ପାନୀ ର ମନମୁଖୀ ରଣନୀତି ରେ ଠିକା ସଂସ୍ଥା ପକ୍ଷରୁ ବାରମ୍ବାର ତାଗିଦ କରାଯାଉଥିବା ରୁ କମ୍ପାନୀ କତୃପକ୍ଷ ବିଭିନ୍ନ ବାହାନା ଦେଖାଇ କାମ କରୁନଥିବା କହିଛନ୍ତି ଠିକା ସଂସ୍ଥା ର ଅଧିକାରୀ।
ତେବେ ଏଲ ଏଣ୍ଡ ଟି କମ୍ପାନୀ ଓ ଆରକି ଟେକ୍ନୋ କନସୋଲଟାଣ୍ଟ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କେବେ ପରିସମାପ୍ତି ହେବ ତାହା ଦେଖିବାକୁ ବାକି ରହିଲା।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc