ଦେଶରେ ଚାଷୀ ଓ ଚାଷର ଉନ୍ନତି ପାଇଁ ଲଗାତାର ପ୍ରୟାସ କରୁଛନ୍ତି କେନ୍ଦ୍ରସରକାର । ବିଶେଷକରି ଚାଷୀଙ୍କ ଆୟ ବଢାଇବାକୁ ଅନେକ ଯୋଜନା ବି ହେଉଛି । ଏହି ଯୋଜନା ମଧ୍ୟରୁ ଗୋଟିଏ ହେଉଛି ପିଏମ୍ କିଷାନ୍ ଏଫପିଓ ସ୍କିମ୍ । ଏହି ସ୍କିମରେ ଚାଷୀଙ୍କୁ ୧୫ଲକ୍ଷ ଟଙ୍କାର ସହାୟତା ରାଶୀ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାଦ୍ୱାରା ଦେଶର କୃଷକ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୋଦୀ କହିଛନ୍ତି । ସେହିପରି ଚାଷୀଙ୍କ ଆର୍ôଥକ ସଙ୍କଟ ମଧ୍ୟ ଏହାଦ୍ୱାରା ଦୂର ହୋଇପାରିବ । ଏହି ଯୋଜନାର ଲାଭ ଉଠାଇବାକୁ ଚାଷୀମାନଙ୍କୁ ଏକ ସଙ୍ଗଠନ କରିବାକୁ ଯେଉଁଥିରେ ଅତିକମରେ ୧୧ଜଣ ଚାଷୀ ରହିବେ । ଏହା ମାଧ୍ୟମରେ କୃଷକମାନେ ଚାଷ ସମ୍ବନ୍ଧୀୟ ଉପକରଣ କିମ୍ବା ସାର, ଔଷଧ ଏବଂ ମଞ୍ଜି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିପାରିବେ । ସୂଚନା ମୁତାବକ ୨୦୨୩-୨୪ସୁଦ୍ଧା ସରକାର ୧୦ହଜାର ଏଫପିଓ ଗଠନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏଥିପାଇଁ ସେମାନଙ୍କୁ ଙ୍ଗଙ୍ଗଙ୍ଗ.ରଦ୍ଭବଜ୍ଞ.ଶକ୍ଟଙ୍ଖ.ସଦ୍ଭ ରେ ପଞ୍ଜୀକରଣ କରିବାକୁ ହେବ । ଏହାସହ କୃଷକମାନେ ଇ-ନାମ୍ ମୋବାଇଲ ଆପ୍ ରେ ବି ନିଜର ନାଁ ପଞ୍ଜୀକରଣ କରିପାରିବେ । ଯଦି ଚାଷୀମାନେ ଏହାକୁ ଅଫଲାଇନରେ କରିବାକୁ ଚାହାଁନ୍ତି ତେବେ ସେମାନଙ୍କୁ ଇ-ନାମ ମଣ୍ଡିକୁ ଯାଇ ନାଁ ରେଜିଷ୍ଟ୍ରେସନ କରିବାକୁ ହେବ । ରେଜିଷ୍ଟ୍ରେସନ ପାଇଁ ଏଫପିଓ ପ୍ରବନ୍ଧ ନିର୍ଦ୍ଦେଶକ ଅବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ପ୍ରବନ୍ଧକଙ୍କ ନାମ, ଠିକଣା, ଇମେଲ ଆଇଡ଼ି ଓ କଂଟାକ୍ଟ ନମ୍ବର ଦେବାକୁ ହେବ । ଏହାସହ ଜଡ଼ିତ ସମସ୍ତ ଦସ୍ତାବିଜ ଦେବେ ଚାଷୀ । ଏହାସହ ଜଡ଼ିତ ସମସ୍ତ ଦସ୍ତାବିଜ୍ ବି ଦେବାକୁ ପଡିବ । ସେହିପରି ଏଫପିଓର ମୁଖ୍ୟ ଅଧିକାରୀଙ୍କ ବ୍ୟାଙ୍କ ଡିଟେଲ୍ସ ଉପଲବ୍ଧ କରିବାକୁ ହେବ । ଏଥିରେ ବ୍ୟାଙ୍କର ନାଁ, ବ୍ରାଂଚ୍, ଆକାଉଂଟ୍ ନମ୍ବର ଓ ଆଇଏଫଏସି କୋଡ୍ ବି ସାମିଲ ରହିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଚାଷୀଙ୍କୁ ମୋଦି ଦେବେ ୧୫ଲକ୍ଷ
previous post