Home Breaking News କଂଗ୍ରେସ ଭବନରେ ବୁଲଡୋଜର

କଂଗ୍ରେସ ଭବନରେ ବୁଲଡୋଜର

by Admin
0 comment

ଗୋଟିଏ ପରେ ଗୋଟେ ସମସ୍ୟାର ସମ୍ମୁଖୀନ ହେଉଛି କଂଗ୍ରେସ । ପ୍ରଥମେ ରାହୁଲ ଗାନ୍ଧୀ ମାନହାନୀ ମକଦ୍ଦମାରେ ଦଣ୍ଡିତ ହେଲେ । ପରେ ତାଙ୍କର ସାଂସଦୀୟ ପଦକୁ ଛଡ଼ାଇ ନେଲେ ଆଉ ଏବେ ଦିଲ୍ଲୀସ୍ଥିତ କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ପହଁଚିଛି ବୁଲଡୋଜର । ପ୍ରଥମେ ମାନହାନୀ ମାମଲାରେ ୱୟନାଡା ସାଂସଦ ରାହୁଲଙ୍କ ସାଂସଦ ପଦ ଯିବା ସହ ତାଙ୍କୁ ୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏବେ ତାଙ୍କ ସଂସଦ ପଦ ଛଡାଇନିଆଯିବା ପରେ ଏକ ବୁଲଡୋଜର ମଧ୍ୟ ଦିଲ୍ଲୀରେ ଥିବା କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ପହଁଚିଛି । ଦିଲ୍ଲୀର ପିଡବ୍ଲୁଡି କୋଠା ବାହାରେ ନିର୍ମିତ ସିଡି ଭାଙ୍ଗି ଏହାକୁ ଏନକାଉଂଟର ବୋଲି କହିଛି ।

ଦିଲ୍ଲୀରେ ପଡବ୍ଲ୍ୟୁଡିର ଏକ ସ୍ୱତନ୍ତ୍ର ଟିମ୍ କେନ୍ଦ୍ରୀୟ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା କଂଗ୍ରେସ ମୁଖ୍ୟାଳୟରେ ପହଁଚିଥିଲେ । ସେଠାରେ ଥିବା କଂଗ୍ରେସ ମୁଖ୍ୟାଳୟର ନିର୍ମାଣାଧୀନ କୋଠା ବାହାରେ ନିର୍ମିତ ସିଡି ଭଙ୍ଗାଯାଇଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ଏହି ସିଡ଼ିଗୁଡିକ ମ୍ୟୁନିସିପାଲିଟି କର୍ପୋରେଶନର, ଏଣୁ ଦିଲ୍ଲୀ ଏମସିଡି କର୍ତୃପକ୍ଷଙ୍କ ଅନୁମତି ବିନା ଫୁଟପାଥ୍ ଅଂଚଳରେ ଭଙ୍ଗାଭଙ୍ଗି କାର୍ଯ୍ୟ ଚାଲିଥିବାରୁ ଏହାକୁ ଅନେକ ସମାଲୋଚନା କରିଛନ୍ତି । ସୂଚନା ମୁତାବକ ଅତୀତରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଥିବା ଫାଟକରେ ନିର୍ମିତ ସିଡି ଫୁଟପାଥରେ ନିର୍ମିତ ହୋଇଥିବା ଦେଖିବାକୁ ମିଳିଥିଲା । ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦିଲ୍ଲୀ ପିଡବ୍ଲ୍ୟୁଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅପରପକ୍ଷରେ ପିଡବ୍ଲ୍ୟୁଡି ଏବେ ଦିଲ୍ଲୀ ମୁଖ୍ୟମୁଖ୍ୟ ଅରବିନ୍ଦ କେଜ୍ରୀୱାଲଙ୍କ ଅଧୀନରେ ଥିବାରୁ ତାଙ୍କ ଇଶାରାରେ ଏଭଳି କରାଯାଉଥିବା ଅନେକ ଟ୍ୱିଟ୍ କରିଛନ୍ତି । ଏହାସହ ଅନେକ ଦଳୀୟ ନେତା ଓ ସାଧାରଣ ବ୍ୟକ୍ତିବିଶେଷ ମଧ୍ୟ କେଜ୍ରୀୱାଲଙ୍କୁ ଏଥିପାଇଁ ଦାୟୀ କରି ଏଥିପାଇଁ ତାଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି । ହେଲେ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲଙ୍କ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc